Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାମ ନବମୀରେ ଫୁଟିଲା ଗୁଳି

by ସଞ୍ଜୟ ସ୍ୱାଇଁ
April 18, 2024
in Crime, State
ରାମ ନବମୀରେ ଫୁଟିଲା ଗୁଳି
85
VIEWS
Share on FacebookShare on Twitter

କଣ୍ଟାମାଳ, (ବାଘୁଆବାର୍ତ୍ତା): ରାମ ନବମୀ ପାଇଁ ଚାଲିଥିଲା ନାମଯଜ୍ଞ । ମନ୍ତ୍ର ଧ୍ୱନୀରେ ଫାଟି ପଡ଼ୁଥିଲା ଆଖପାଖ ଅଞ୍ଚଳ । ଏହି ସମୟରେ ନାମଯଜ୍ଞ ଦେଖିବାକୁ ଆସି ପହଞ୍ଚିଲେ ଦୁଇ ଯୁବକ । କିଛି ସମୟ ପରେ ସୁଯୋଗ ଦେଖି ସେମାନେ ଜଣେ ଗ୍ରାମବାସୀଙ୍କୁ ଟାର୍ଗେଟ କରି ଫୁଟାଇଲେ ଗୁଳି। ଏଥିରେ ଗ୍ରାମବାସୀଜଣକ ଗୁରୁତର ହୋଇଥିବା ଜଣାଯାଇଛି। ଏପରି ଏକ ଅଭାବନୀୟ ଘଟଣା ବୌଦ୍ଧ ଜିଲ୍ଲା କଣ୍ଟାମାଳ ପିପଲପାଲି ଗାଁରେ ଗତକାଲି ବିଳମ୍ବିତ ରାତିରେ ଘଟିଛି। ଗୁରୁତର ବ୍ୟକ୍ତିଜଣକ ବିଶ୍ୱାମିତ୍ର ଜାନି ବୋଲି ଜଣାଯାଇଛି। ଗତ ରାତିରେ ପିପଲପାଲି ଗାଁରେ ରାମ ନବମୀ ପାଇଁ ନାମଯଜ୍ଞ ଚାଲିଥିଲା। ରାତି ପ୍ରାୟ ୧୧ଟା ପାଖାପାଖି ସମୟରେ ପାଖ ଗାଁର ଦୁଇ ଯୁବକ ସେଠାରେ ପହଞ୍ଚିଥିଲେ। କିଛି ସମୟ ପରେ ହଠାତ୍‌ ସେମାନେ ବିଶ୍ୱାମିତ୍ରଙ୍କୁ ଟାର୍ଗେଟ କରି ଗୁଳି ଫୁଟାଇଥିଲେ। ଏହି ଗୁଳି ମାଡ଼ରେ ବିଶ୍ୱାମିତ୍ର ତଳେ ଟଳି ପଡ଼ିଥିବା ବେଳେ ଉଭୟ ଯୁବକ ଘଟଣାସ୍ଥଳରୁ ଫେରାର ହେବାକୁ ଉଦ୍ୟମ କଲେ। ମାତ୍ର ସେମାନଙ୍କ ମଧ୍ୟରୁ ଜଣଙ୍କୁ କାବୁ କରିବାକୁ ଗ୍ରାମବାସୀ ସଫଳ ହୋଇଥିବା ବେଳେ ଆଉ ଜଣେ ଫେରାର ହୋଇ ଯାଇଛନ୍ତି। ବିଶ୍ୱାମିତ୍ରଙ୍କୁ ପରିବାର ଲୋକେ ତୁରନ୍ତ କଣ୍ଟାମାଳ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସୋନପୁର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୁଲିସ୍‌ ପହଞ୍ଚି ଅଟକ ଥିବା ଅଭିଯୁକ୍ତଙ୍କୁ ଥାନାକୁ ଆଣିଛି। ଏଥିସହ ଏହି ଗୁଳିମାଡ଼ର କାରଣ ଜାଣିବାକୁ ତଦନ୍ତ ଆରମ୍ଭ କରିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!