Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଚ୍ ରାସ୍ତାରେ ଏଏସ୍‌ଆଙ୍କୁ କଲେ ହତ୍ୟା, ଅଭିଯୁକ୍ତ ନିଜକୁ ନିଜେ ଗୁଳି କରି କଲେ ଆତ୍ମହତ୍ୟା

by ସଞ୍ଜୟ ସ୍ୱାଇଁ
April 17, 2024
in Crime, NATIONAL NEWS
ବିଚ୍ ରାସ୍ତାରେ ଏଏସ୍‌ଆଙ୍କୁ କଲେ ହତ୍ୟା, ଅଭିଯୁକ୍ତ ନିଜକୁ ନିଜେ ଗୁଳି କରି କଲେ ଆତ୍ମହତ୍ୟା
106
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): ରାଜଧାନୀରେ ଫୁଟିଲା ଗୁଳି। ବିଚ୍ ରାସ୍ତାରେ ଏଏସ୍‌ଆଙ୍କ ଉପରକୁ ହେଲା ଘନ ଘନ ଗୁଳିମାଡ। ଘଟଣାସ୍ଥଳରେ ହିଁ ଟଳି ପଡିଲେ ପୁଲିସ ଏଏସ୍‌ଆଇ। ସେହିପରି ଆଉ ଜଣେ ଆହତ ହୋଇଛନ୍ତି। ଏହି ଘଟଣା ପରେ ଅଭିଯୁକ୍ତ ଜଣକ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମଙ୍ଗଳବାର ଦିନ ପ୍ରାୟ ୧୧ଟା ୪୫। ଦିଲ୍ଲୀର ମିତ୍ ନଗର ସ୍ଥିତ ଓଭରବ୍ରିଜ୍‌ରେ ହଠାତ୍ ହୋଇଥିଲା ଗୁଳିମାଡ। ବ୍ୟସ୍ତ ବହୁଳ ରାସ୍ତା ଉପରେ ଦିଲ୍ଲୀ ପୁଲିସରେ କାର‌୍ୟ୍ୟରତ ଥିବା ଏଏସ୍‌ଆଇ ଦିନେଶ ଶର୍ମା ବାଇକ୍‌ରେ ଯାଉଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ସେ ଟଳି ପଡିଥିଲେ। ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସେହିପରି ଅଭିଯୁକ୍ତ ଜଣକ ସ୍କୁଟିରେ ଆସୁଥିବା ୩୦ ବର୍ଷୀୟ ଆମିତ କୁମାର ନାମକ ଜଣେ ଯୁବକଙ୍କ ଉପରକୁ ମଧ୍ୟ ଗୁଳିମାଡ କରିଥିଲେ। ଏଥିରେ ସେ ଗୁରୁତର ଥିବା ସୂଚନା ମିଳଛି। ପୁଲିସ କହିବା ମୁତାବକ, ଦୁଇ ଜଣଙ୍କ ଉପରକୁ ଗୁଳିମାଡ କରିଥିବା ଅଭିଯୁକ୍ତ ଜଣକ ହେଉଛନ୍ତି ୪୪ ବର୍ଷୀୟ ମୁକେଶ କୁମାର। ଗୁଳିମାଡ ପରେ ମୁକେଶ ଏକ ଅଟୋ ରିକ୍ସା ଅଟକାଇ ସେଥିରେ ଜୋର ଜବରଦସ୍ତ ବସି ଯାଇଥିଲେ। ତେବେ ଅଟୋ ଡ୍ରାଇଭର ମୁକେଶଙ୍କୁ ଏଥିପାଇଁ ବାରଣ କରିବା ପରେ ସେ ତାଙ୍କ ଉପରକୁ ମଧ୍ୟ ଗୁଳିମାଡ କରିଥିଲେ। କିନ୍ତୁ ଡ୍ରାଇଭର ଜଣକ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ପରେ ମୁକେଶ ନିଜକୁ ନିଜେ ଗୁଳିମାଡ କରି ଆତ୍ମହତ୍ୟା କରିଥିବା କୁହାଯାଉଛି। ଅଟୋ ଭିତରୁ ପୁଲିସ ୭.୬୫ ଏମଏମ୍‌ର ଏକ ବନ୍ଧୁକ ଜବତ କରିଛି। ଏଥିସହ ଓଭରବ୍ରିଜ ଉପରୁ ଅନେକ ଜୀବନ୍ତ ଗୁଳି ମଧ୍ୟ ଉଦ୍ଧାର ହୋଇଛି। ତେବେ ଅଭିଯୁକ୍ତ ମୁକେଶ କାହିଁକି ଏଭଳି ଗୁଳିମାଡ କଲେ ସେ ନେଇ କୌଣସି ସୂଚନା ମିଳିନାହିଁ। ପୁଲିସ ହତ୍ୟା ମାମଲା ରୁଜୁ କରି ପୂରା ଘଟଣାର ତଦନ୍ତ ଜାରି ରଖିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!