Sunday, April 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନରେନ୍ଦ୍ର ପୁଷ୍କରିଣୀ ଓ ରଣପୁର ଗଡ଼ଯାତ

by Anil Panda
August 20, 2020
in Feature
ନରେନ୍ଦ୍ର ପୁଷ୍କରିଣୀ ଓ ରଣପୁର ଗଡ଼ଯାତ
672
VIEWS
Share on FacebookShare on Twitter

ନୟାଗଡ ଜିଲ୍ଲା ଅନ୍ତର୍ଗତ ରଣପୁର ଏକ ପୁରାଣ ପ୍ରସିଦ୍ଧ ଐତିହାସିକ ପୀଠ । ସ୍ୱାଧିନତା ପୂର୍ବରୁ ଏହା ରଣପୁର ଗଡ଼ଜାତ ଥିଲା । ଏହାର ପଶ୍ଚିମରେ ନୟାଗଡ଼ ଏବଂ ପୁର୍ବ ଉତ୍ତର ଓ ଦକ୍ଷିଣ ଦିଗରେ ଖୋର୍ଦ୍ଧା ଜିଲ୍ଲା ଅବସ୍ଥିତ । ବିଷୁବ ରେଖାର ଉତ୍ତର ଦିଗରେ ୧୯.୫ ଡିଗ୍ରୀ, ଉ.ଅକ୍ଷାଂଶରୁ ୨୦.୧୮ ଡିଗ୍ରୀ, ଉ.ଅକ୍ଷାଂଶ ଏବଂ ୮୫.୦୦ ଡିଗ୍ରୀ, ପୁର୍ବ ଦ୍ରାଘିମାରୁ ୮୫.୩ ଡିଗ୍ରୀ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ଏହା ଉତ୍ତର ପୂର୍ବଘାଟ ପର୍ବତ ମାଳାର ପୂର୍ବ ଭାଗରେ ରହିଅଛି । ଏହାର ଆୟତନ ୨୦୪.୭ ବର୍ଗ ମାଇଲ ବା ୫୨୪.୦୩୨ ବର୍ଗ କିଲୋମିଟର । ପୂର୍ବେ ରଣପୁରକୁ ଭେଦକୋଶ ମୂଲକ କୁହାଯାଉଥିଲା । ଶୂଲିଆ ପର୍ବତ ମାଳା, ମେନକା ପର୍ବତ ମାଳା, ଧାନୀ ପର୍ବତମାଳ ଓ ଶକଟ ପର୍ବତମାଳା ଭଳି ଚାରୋଟି ପର୍ବତ ମାଳରେ ପରିବେଷ୍ଟିତ ରଣପୁର ଗଡ଼ ସମୁଦ୍ର ପତ୍ତନ ଠାରୁ ୧୧୯ ଫୁଟ ଉଚ୍ଚରେ ଅବସ୍ଥିତ ରଣପୁର ଗଡ଼ର ରାଜା ରାଜୁଡ଼ାମାନେ ବହୁ ଐତିହ୍ୟପୁର୍ଣ୍ଣ କାର୍ଯ୍ୟ କରିଯାଇଛନ୍ତି ଯାହା ଓଡ଼ିଶା ଓ ଓଡ଼ିଆଙ୍କ ମନରେ ଲିପିବଦ୍ଧ ହୋଇ ରହି ଯାଇଛି । ଓଡ଼ିଆ ଜାତିର ଅତୀତର ଗାଥା ଥିଲା ବିଚିତ୍ର ମୟ । ଯାହାର ଶୈାର୍ଯ୍ୟ, ବୀର୍ଯ୍ୟ, ଦମ୍ଭ, ସାହସ, ସାହିତ୍ୟ, ସଂସ୍କୃତିର ପଦକ୍ଷେପରେ ବସୁଧା ପ୍ରକମ୍ପିତ ହେଉଥିଲା । ବିଶ୍ୱ ଦରବାରରେ ଓଡିଆ ସଦା ସର୍ବଦା ଗର୍ବିତ ହୋଇ ରହିଛି ଏହାର କଳା ସଂସ୍କୃତି ଐତିହ୍ୟ ପାଇଁ । ଗଜପତି ମହାରାଜ ମାନଙ୍କର ପ୍ରରାକ୍ରମରେ ଏହାର ସୀମା ଗଙ୍ଗା ଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ଜଗନ୍ନାଥ ଓଡ଼ିଆଙ୍କର ଥିଲେ ଏବଂ ଅଛନ୍ତି ଈଷ୍ଟଦେବତା । ସମଗ୍ର ଜଗତରେ ଏଦେଶ ଜଗନ୍ନାଥ ଦେଶ ନାମରେ ପରିଚିତ ହେଉଥିଲା । ମନ୍ଦିର ଥିଲା ଏ ଓଡିଆ ଜାତିର ପ୍ରଧାନ କୀର୍ତ୍ତି । ଓଡ଼ିଶାର ଗଜପତି ମହାରାଜାଙ୍କର ଶାସିତ ଅନ୍ୟାନ୍ୟ ଗଡ଼ଜାତ ପରି ରଣପୁର (ରାଜ-ରଣପୁର) ଥିଲା ଏକ ଗଡ଼ଜାତ । ଏହାର ଶାସକ ତଥା ଗଡପତି ମାନେ ଯୁଦ୍ଧ ସମୟରେ ଓଡିଶାର ରାଜାଙ୍କୁ ସାହାର୍ଯ୍ୟ କରିବା ସଙ୍ଗେ ସଙ୍ଗେ ସବୁ ସମୟରେ ଓଡ଼ିଶାର ଗଜପତି ଶାସକ ମାନଙ୍କ ସହିତ ପରମ ମିତ୍ର ଭାବେ ସମ୍ବଦ୍ଧିତ ଥିଲେ । ସୁନିଆଁ ଦିନ ଏମାନେ ଓଡ଼ିଶା ରାଜାଙ୍କୁ ଭେଟି ଦେଉଥିଲେ । ରାଷ୍ଟ୍ର ଦେବାତା ଶ୍ରୀ ଜଗନ୍ନଥଙ୍କ ପ୍ରତି ଏମାନଙ୍କର ଥିଲା ଅସୀମ ଭକ୍ତି । ପ୍ରଭୁ ଭକ୍ତିର ସ୍ୱରୁପ ଆପଣା ଗଡ଼ରେ ତୋଳଇ ଥିଲେ ଶ୍ରୀ ଜଗନ୍ନଥ ମନ୍ଦିର । ତଥାପି ସେମାନଙ୍କର ଶ୍ରୀକ୍ଷେତ ତଥା କ୍ଷେତ୍ରାଧିପତିଙ୍କ ପ୍ରତି ଥିଲା ଅମୋଘ ଆକର୍ଷଣ । ଯାହାର ଆକର୍ଷଣରେ ଜଗତ ଆକର୍ଷିତ ସେମାନେ ଏଥିରୁ ବାଦ ଯିବେ କିପରି । ତେଣୁ ମିତ୍ର ଗଡ଼ପତି ମାନେ ରାଜନୁଗତ ଭାବକୁ ପ୍ରତିପାଦନ କରିବା ନିମନ୍ତେ ତଥା ଆପଣାର ସ୍ମୃତିକୁ ଜନମାନସରେ ଉଜ୍ଜବିତ କରି ରଖିବା ପାଇଁ କୀର୍ତ୍ତୀ ସ୍ତମ୍ଭ ସ୍ଥାପନ କରି ଯାଇଛନ୍ତି । “ମନ୍ଦିର ତୋଳାଇ ପୋଖରୀ ଖୋଳାଇ ଗଢ଼ୀ ନାନା ତୀର୍ଥ ଧାମ” ଏହି ନ୍ୟାୟରେ ଶ୍ରୀକ୍ଷେତ୍ରରେ ଶ୍ରୀକ୍ଷେତ୍ରାଧିପତି ଶ୍ରୀ ପୁରୁଷୋତ୍ତମଙ୍କ ପବିତ୍ର ଗନ୍ଧଯାତ୍ରା (ଚନ୍ଦନଯାତ୍ରା) ଯେଉଁ ବିରାଟ ପୁଷ୍କରିଣୀରେ (ନରେନ୍ଦ୍ର ପୁଷ୍କରିଣୀ) ଅନୁଷ୍ଠିତ ହେଉଛି ତାହା ରଣପୁର ଗଡ଼ଜାତ ରାଜା ଙ୍କ କୀର୍ତ୍ତି ହୋଇଥିବା ଜଣାଯାଏ । ରଣପୁର ଓଡ଼ିଶା ରାଜାଙ୍କର ଗୋଟିଏ ମିତ୍ର ରାଜ୍ୟ ଥିଲା । ଉଦ୍ଧବ ନରେନ୍ଦ୍ର ରଣପୁରର ଜଣେ ରାଜା ଥିଲେ । ତାଙ୍କର ଉତ୍କଳ ଗଜପତିଙ୍କ ସହ ବହୁତ ସୈାହାର୍ଦ୍ୟ ଥିଲା ଏବଂ ସେ ଜଗନ୍ନାଥଙ୍କ ପରମ ଭକ୍ତ ଥିଲେ । ଦିନେ ସେ ରଣପୁର ରାଜା ବାଟୀ ପ୍ରାଙ୍ଗଣରେ ବୁଲୁଥିବା ସମୟରେ ଗୋଟିଏ କଖାରୁ ମଞ୍ଜୀ ତାଙ୍କର ଦୃଷ୍ଟି ଗୋଚର ହେଲା । ସେ ତାହାକୁ କୈାତୁକରେ ହାତରେ ଉଠାଇ ଧରିଥାନ୍ତି, ଏହି ସମୟରେ ତାଙ୍କର ଜଣେ ଅତି ପ୍ରିୟ ଧନୀକ ସର୍ବରାକାର ( ଖଜଣା ଅସୁଲକାରୀ) ଛାମୁଙ୍କ ଦର୍ଶନ ନିମନ୍ତେ ଆଶିଥିଲେ । ରାଜା କୈାତୁହଳ ଭାବରେ ସର୍ବରକାରଙ୍କୁ କହିଲେ, ଆଜି ତୁମକୁ ଗୋଟିଏ ଭଲ ଜିନିଷ ଦେବୀ । ଏହି କଖାରୁ ମଞ୍ଜିଟିକୁ ନିଅ । ଜଗନ୍ନାଥଙ୍କ ନାମରେ ପୋତିଦେବ । ଯଦି ଫଳିବ ଠାକୁରଙ୍କୁ ଦେବ । ବିଶ୍ୱାସ ରଖ ସୁଫଳ ମିଳିବ । ସର୍ବରାକାର ଅତି ଆଦରରେ ସେହି ମଞ୍ଜି ନିଜ କାନିରେ ବାନ୍ଧିଲେ ଓ ତାଙ୍କର ଅନ୍ୟାନ୍ୟ କଥୋପକଥନ ପରେ ନିଜ ଘରକୁ ଫେରିଲେ । ସେହି ମଞ୍ଜିଟି ଚଉଦ ଏକର ଜମି ଆକ୍ରାନ୍ତରେ ମାଡ଼ିଲା ଓ ଗଛର ପରମାୟୁ ପାଞ୍ଚ ବର୍ଷ ରହିଲା । ତହିଁରୁ କଖାରୁ ବିକି ଧନ ଲକ୍ଷାଧିକ ହେଲା । ସର୍ବରକାରେ ସେ ସମସ୍ତ ଟଙ୍କାଧରି ଶ୍ରୀ ଜଗନ୍ନାଥଙ୍କୁ କିପରି ଦିଆଯିବ ଏଥିଲାଗି ରଣପୁର ରାଜାଙ୍କ ନିକଟ ନିକଟକୁ ଗଲେ । ରାଜା ଆଶ୍ୱର୍ଯ୍ୟାନ୍ୱିତ ହୋଇ ଶ୍ରୀ ଜଗନ୍ନାଥଙ୍କୁ ସୁମରଣା କରି ଅର୍ଥ ଓ ସର୍ବରକାରଙ୍କ ସହିତ ପୁରୀ ଗଜପତିଙ୍କ ନିକଟକୁ ଗଲେ । ସେହି କଖାରୁ ବିକ୍ରି ଟଙ୍କାରେ ନରେନ୍ଦ୍ର ପୋଖରୀ ଖୋଳା ହେଲା । ଯେତେକ କ୍ଷେତ୍ରରେ କଖାରୁ ଗଛ ମାଡ଼ିଥିଲା, ନରେନ୍ଦ୍ର ପୋଖରୀ ଓ ତାହାର ଚର୍ତ୍ତୁପାଶ୍ୱର୍ ସୀମାରେ କ୍ଷେତ୍ରଫଳ ପ୍ରାୟ ସେତିକି । ଉକ୍ତ ପ୍ରାଚୀନ ଦେବୀପୀଠର ପ୍ରଶସ୍ତିରେ ଶତମୁଖ ରାଧାନାଥଙ୍କ ଅମର ଲେଖନୀ ଖୁବ୍ ପ୍ରଗଳ ଭାବେ ଗାଇଉଠେ-
“ନରେନ୍ଦ୍ର-ମଉଳି-କୁସୁମରେଣୁ ରକ୍ତଚରଣା
ମୈନାକ ଶିଖର ବାସିନୀ ରଣପୁର ମଣ୍ଡନା”

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026
୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ୍ ଛୁଟି:ପରବର୍ତ୍ତୀ ସମୟରେ ବଢ଼ିପାରେ !

୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ୍ ଛୁଟି:ପରବର୍ତ୍ତୀ ସମୟରେ ବଢ଼ିପାରେ !

April 19, 2026
ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

April 18, 2026
ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

April 18, 2026
ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

April 18, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!