Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଝାଡଖଣ୍ଡରୁ ଆଣି ଓଡ଼ିଶାରେ ବିକୁଥିଲେ ନକଲି ମଦ, ବାନ୍ଧିଲା ଅବକାରୀ ବିଭାଗ

by ସଞ୍ଜୟ ସ୍ୱାଇଁ
April 16, 2024
in Crime, State
ଝାଡଖଣ୍ଡରୁ ଆଣି ଓଡ଼ିଶାରେ ବିକୁଥିଲେ ନକଲି ମଦ, ବାନ୍ଧିଲା ଅବକାରୀ ବିଭାଗ
74
VIEWS
Share on FacebookShare on Twitter

ରାଉରକେଲା, (ବାଘୁଆବାର୍ତ୍ତା): ଝାଡଖଣ୍ଡରୁ ଆଣି ମିକ୍ସ କରି ଓଡ଼ିଶାରେ ବିକ୍ରି କରୁଥିଲା ନକଲି ମଦ। ଓଡ଼ିଶାରେ ତିଆରି ହେଉଥିବା ନକଲି ମଦକୁ ରାସ୍ତା ପାର୍ଶ୍ୱ ଢ଼ାବା ଓ ହୋଟେଲ୍‌କୁ ଯୋଗା ଯାଉଥିଲା। ଆଜି ଏହି ରାକେଟର ପର୍ଦ୍ଦାଫାସ କରିଛି ରାଉରକେଲା ଅବକାରୀ ବିଭାଗ। ଏଥିସହ ୪ ଲକ୍ଷ ଟଙ୍କାର ନକଲି ମଦ ଓ ମଦ ପ୍ୟାକିଂ ସାମଗ୍ରୀ ଜବତ କରିଛି। ବଣାଇଗଡ଼ ଥାନା ଭାଙ୍ଗଡିହି ଗାଁରେ ନକଲି ମଦ କାରବାର ହେଉଥିବା ରାଉରକେଲା ଅବକାରୀ ବିଭାଗର ଡିଏସ୍‌ଇ ଅର୍ଚ୍ଚନା ବାରିକ ଜାଣିବାକୁ ପାଇଥିଲେ। ଏହାପରେ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍‌ ଆଜି ସକାଳେ ଉକ୍ତଗାଁରେ ଚଢ଼ଉ ପାଇଁ ଯାଇଥିଲା। ହେଲେ ସେହି ସମୟରେ ଗାଁ ପଡ଼ିଆରେ ଗୋଟିଏ କାର୍‌ରୁ ସ୍କୁଟିକୁ ମଦ ଟ୍ରାକ୍ସଫର ହେଉଥିଲା। ଏହା ଦେଖି ଅବକାରୀ ବିଭାଗ ଟିମ୍‌ ମଦ ମାଫିଆ ବଳଭଦ୍ର ପାତ୍ରକୁ ମାଡ଼ି ବସିଥିଲା। ତା’ଙ୍କ ପାଖରୁ ନକଲି ମଦ, ଗୋଟିଏ କାର୍‌, ସ୍କୁଟି ଓ ମୋବାଇଲ୍‌ ଜବତ କରିଛି। ଜବତ ହୋଇଥିବା ନକଲି ମଦର ମୂଲ୍ୟ ୪ ଲକ୍ଷ ଅଧିକ ଟଙ୍କା ହେବ। ଏଥିସହ ମଦ ପ୍ୟାକିଂ ହେଉଥିବା ବୋତଲ, ବିଭିନ୍ନ କମ୍ପାନୀର ଲେବ୍‌ଲ, ଷ୍ଟିକର ପ୍ରମୁଖ ଜବତ କରିଛି ଅବକାରୀ ବିଭାଗ। ରାଉରକେଲା DSE ଅର୍ଚ୍ଚନା ବାରିକଙ୍କ କହିବା ଅନୁସାରେ ବଳଭଦ୍ର ପାତ୍ର ଝାଡ଼ଖଣ୍ଡରୁ ନକଲି ମଦ ଆଣି ଏଠାରେ ଅନ୍ୟାନ୍ୟ ସାମଗ୍ରୀ ମିକ୍ସ କରୁଥିଲା। ତା’ପରେ ବୋତଲରେ ପୂରାଇ ଷ୍ଟିକରିଂ କରି ବିଭିନ୍ନ ହୋଟେଲ୍‌ ଓ ଢ଼ାବାକୁ ଯୋଗାଉଥିଲା। ଏହି ମଦ ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲାର ବିଭିନ୍ନ ଢ଼ାବାକୁ ଯାଇଥିବା ଅଭିଯୁକ୍ତ ସ୍ୱୀକାର କରିଛି। ବଳଭଦ୍ର ପାତ୍ର ନକଲି ମଦ ତିଆରି କରି ଗିରଫ ହେବା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଅନେକବାର ଗିରଫ ହୋଇଛି। ସେଥିପାଇଁ ଜେଲ୍‌ ଯାଇଛି। ପରବର୍ତ୍ତୀ ସମୟରେ ଜେଲ୍‌ରୁ ବାହାରି ନକଲି ମଦ କାରବାରରେ ଲିପ୍ତ ରହୁଥିଲା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!