Tuesday, July 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କରୋନାରେ ପ୍ରାଣ ହରାଇଥିବା ଗଂଜାମ ଜିଲ୍ଲାର ଶିକ୍ଷକଙ୍କ ପରିବାରଙ୍କୁ ସହାୟତା

by Anil Panda
August 19, 2020
in Feature News, Nayagarh
corona
479
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା) : କରୋନା ମହାମାରୀରେ ଗଂଜାମ ଜିଲ୍ଲାରେ ୧୩ ଜଣ ଶିକ୍ଷକ ମୃତ୍ୟୁ ବରଣ କରିଛନ୍ତି । ସେମାନଙ୍କ ସଂପର୍କରେ ସବିଶେଷ ବିବରଣୀ ସଂଗ୍ରହ କରି ସେମାନଙ୍କ ପରିବାରକୁ ସରକାରୀ ସହାୟତା ଦିଆଯିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ପଦକ୍ଷେପ ନିଆଯାଇଛି । ଏ ସଂପର୍କରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସେହି ସମସ୍ତ ପରଲୋକଗତ ଶିକ୍ଷକମାନଙ୍କ ବାସ ଭନନକୁ ଯାଇ ସେମାନଙ୍କର ପରିବାରଙ୍କୁ ସାକ୍ଷାତ କରି ତଥ୍ୟ ସଂଗ୍ରହ ଓ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଣୁ ଗଂଜାମ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଅମୂଲ୍ୟ କୁମାର ପ୍ରଧାନ ମୃତ୍ୟୁ ବରଣ କରିଥିବା ଶିକ୍ଷକମାନଙ୍କ ପରିବାରବର୍ଗଙ୍କୁ ସେମାନଙ୍କ ବାସ ଭବନରେ ସାକ୍ଷାତ କରି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଆବଶ୍ୟକ କାଗଜପତ୍ର ଶୀଘ୍ର ଦାଖଲ କରିବାକୁ ଅନୁରୋଧ କରିଛନ୍ତି । ପ୍ରକାଶ ଥାଉକି, କରୋନା ସଂକ୍ରମିତଙ୍କ ଜୀବନ ରକ୍ଷା ପାଇଁ ନିଜର କର୍ତବ୍ୟ ସଂପାଦନ କରୁଥିବା ବେଳେ ଗଂଜାମ ଜିଲ୍ଲା ଏଚ୍‌.ଏସ୍ ପ୍ରାଥମିକ ବିଦ୍ୟାଳୟ(କବିସୂର୍ଯ୍ୟନଗର)ର ସହକାରୀ ଶିକ୍ଷକ ସୀମାଂଚଳ ଶତପଥୀ, ତକରଡା(ବୁଗୁଡା)ର ସହକାରୀ ଶିକ୍ଷକ ରବୀନ୍ଦ୍ରନାଥ ସେନାପତି, ସରବାଦୀ ଗ୍ରା.ପ.ହାଇସ୍କୁଲ (ସୋରଡା)ର ସଂଗୀତ ଶିକ୍ଷକ ଭାସ୍କର ସାହୁ, ଥୁରୁବୁରାଇ(ଶେରଗଡ) ପ୍ରାଥମିକ ବିଦ୍ୟାଳୟ ର ସହକାରୀ ଶିକ୍ଷକ ବଶିଷ୍ଠ କୁମାର ପ୍ରହରାଜ, ଭୁତ ସରସିଙ୍ଗା (ପୁରୁଷୋତମପୁର) ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମୀ ନାରାୟଣ ଶତପଥୀ, ରିପିଟିପଲ୍ଲୀ (ଭଂଜନଗର) ପ୍ରାଥମିକ ବିଦ୍ୟାଳୟର ଗଣଶିକ୍ଷକ କୁଶଧ୍ୱଜ ସେଠୀ, ସିଆଳିଆ (କବିସୂର୍ଯ୍ୟନଗର) ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ କୃଷ୍ଣଚରଣ ସେଠୀ, କନକା (ପୁରୁଷୋତମପୁର) ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଟି. ବିଜୟଲକ୍ଷ୍ମୀ, ଡେଙ୍ଗାପଦର ଇନ୍ଦିରା ଆବାସ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ସବିତା ପଟ୍ଟନାୟକ, ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ( କେ. ସାମନ୍ତରାପୁର)ର ସହକାରୀ ଶିକ୍ଷକ ବଂଶୀଧର ବେହେରା, ସିଙ୍ଗିପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୌରହରି ବେହେରା , କେ.ରାଇସିଙ୍ଗା(ଆସ୍କା) ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସୁଦ୍ଧାର୍ଥ ଶଙ୍କର ପାଢୀ ଏବଂ ଗଙ୍ଗାଧର (କବିସୂର୍ଯ୍ୟନଗର)ର ସହକାରୀ ଶିକ୍ଷକ ରାମେଶ୍ୱର ଆଚାରୀ ପ୍ରାଣ ହରାଇଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!