ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା । ଜଣେ ଯୁବକଙ୍କ ଠାରୁ ୩୪ ଗ୍ରାମ ବ୍ରାଉନ ସୁଗାର ଜବତ କରିବାରେ ସଫଳ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ୪୦ ହଜାର ଟଙ୍କା ହେବ । ଖଣ୍ଡପଡ଼ା ଥାନା ପାଇକ ଢୋଲମରା ଗ୍ରାମର ନିରଞ୍ଜନ ମହାନ୍ତିଙ୍କ ପୁଅ ଜ୍ଞାନରଞ୍ଜନ ମହାନ୍ତିଙ୍କୁ ଅବକାରୀ ବିଭାଗ ଗିରଫ କରିଛି । ଅବକାରୀ ବିଭାଗ ଆଜି ସକାଳ ୬ଟା ବେଳେ ଢୋଲମରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସାମ୍ନାରୁ ଗିରଫ କରିଛି । ତାଙ୍କ ଠାରୁ ୩୪ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି । ଖଣ୍ଡପଡ଼ା ଅବକାରୀ ବିଭାଗରେ ୫/୨୪ ରେ ମାମଲା ରୁଜ କରି ଉକ୍ତ ଯୁବକକୁ କୋର୍ଟ ଫରୁୱାର୍ଡ କରିଛି । ନୟାଗଡ଼ ଅବକାରୀ ବିଭାଗର ସୁପରିଟେଣ୍ଡେଣ୍ଟ୍ କରୁଣା ଶଙ୍କର ତିୱାରୀଙ୍କ ନିର୍ଦ୍ଦେଶ କ୍ରମେ ଖଣ୍ଡପଡ଼ା ଅବକାରୀ ବିଭାଗର ଓଆଇସି ସୁଶାନ୍ତ କୁମାର ମହାପାତ୍ର, ପ୍ରତ୍ୟୁଷ ରଞ୍ଜନ ଦେହୁରୀ, ପ୍ରହଲ୍ଲାଦ ପ୍ରଧାନ, ବ୍ରଜକାନ୍ତ ପ୍ରଧାନ ଓ ଶୁଭଶ୍ରୀ ପାଣିଗ୍ରାହି ଏହି ଚଢ଼ଉରେ ସାମିଲ ହୋଇଥିଲେ ।





