ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରୁ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି । ଜିଲ୍ଲାରେ ପୂର୍ବରୁ ୧୬୪୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜିର ୧୧ ଆକ୍ରାନ୍ତକୁ ମିଶାଇ ମୋଟ ସଂଖ୍ୟା ୧୬୫୩ ବୋଲି ଜଣାଯାଇଛି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ଭାପୁର ବ୍ଲକରୁ ଜଣେ ଆକ୍ରାନ୍ତ ରହିଥିବା ବେଳେ ଗଣିଆ ବ୍ଲକରୁ ଦୁଇ ଜଣ, ଖଣ୍ଡପଡ଼ା ବ୍ଲକରୁ ଜଣେ, ନୂଆଗାଁରୁ ଜଣେ, ଓଡ଼ଗାଁରୁ ଜଣେ, ରଣପୁର ବ୍ଲକରୁ ୪ ଜଣ ଏବଂ ନୟାଗଡ଼ ପୈାରାଞ୍ଚଳରୁ ଜଣେ ଆକ୍ରାନ୍ତ ରହିଥିବା ସୂଚନା ମିଳିଛି । ଅନ୍ୟପକ୍ଷେ, ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ଯେଉଁ ପରିମାଣରେ ବୃଦ୍ଧି ପାଉଛି, ସେହି ତୁଳନାରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ରାଜ୍ୟ ସରକାରଙ୍କ ସୂଚନା ମୁତାବକ, ୧୮ ତାରିଖ ସଂନ୍ଧ୍ୟା ସୁଦ୍ଧା ନୟାଗଡ଼ ଜିଲ୍ଲାର କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୯୦୮ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି । ସେହିଭଳି ଭାବେ ନୟାଗଡ଼ ଜିଲ୍ଲାରେ ୧୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଥିବା ଜଣାଯାଇଛି ।






