Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସଲମାନଙ୍କ ଘରକୁ ଗୁଳିମାଡ଼ କରିଥିବା ବ୍ୟକ୍ତିଙ୍କ ଫଟୋ ଆସିଲା ସାମ୍ନାକୁ

by ସଞ୍ଜୟ ସ୍ୱାଇଁ
April 15, 2024
in Crime, NATIONAL NEWS
ସଲମାନଙ୍କ ଘରକୁ ଗୁଳିମାଡ଼ କରିଥିବା ବ୍ୟକ୍ତିଙ୍କ ଫଟୋ ଆସିଲା ସାମ୍ନାକୁ
203
VIEWS
Share on FacebookShare on Twitter

ହରିଆଣା, (ବାଘୁଆବାର୍ତ୍ତା): ଅଭିନେତା ସଲମାନ ଖାନଙ୍କ ଘରେ କିଏ କରିଥିଲା ଗୁଳିମାଡ? କିଏ ଥିଲେ ସେହି ଦୁଇ ଆକ୍ରମଣକାରୀ? ଏନେଇ ପୁଲିସ ଯାଞ୍ଚ କରୁଥିବା ବେଳେ ସେମାନଙ୍କ ଫଟୋ ଏବେ ସାମ୍ନାକୁ ଆସିଛି। ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ଦୁଇ ଅଭିଯୁକ୍ତଙ୍କ ମୁହଁ। ଜଣେ କଳା ଓ ଧଳା ଟି-ଶର୍ଟ ପିନ୍ଧିଥିବା ନଜର ଆସିଥିବା ବେଳେ ଅନ୍ୟ ଜଣେ ଲାଲା ଟି-ଶାର୍ଟରେ ନଜର ଆସିଛି। ଦୁଇ ଜଣ ଗୁଳିମାଡ଼କାରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ହରିଆଣାର ଗୁରୁଗ୍ରାମର ଜଣେ ଗ୍ୟାଙ୍ଗଷ୍ଟର। ହରିଆଣାର ଗୁରୁଗ୍ରାମର ଏହି ଗ୍ୟାଙ୍ଗଷ୍ଟର ଜଣକ ହେଉଛି ବିଶାଳ ରାହୁଲ ଓରଫ କାଳୁ। ଯିଏକି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ଜଡିତ ଗ୍ୟାଙ୍ଗଷ୍ଟର ରୋହିତ ଗୋଦାରାଙ୍କ ସୁଟର୍‌। ସେ ହିଁ ସଲମାନଙ୍କ ଘର ଉପରକୁ ଗୁଳି ମାଡ କରିଛି। ସେପଟେ ବାଇକ୍‌କୁ ପୁଲିସ ଜବତ କରିଥିବା ବେଳେ ଦୁଇ ଅଭିଯୁକ୍ତ ଏବେବି ଫେରାର ଅଛନ୍ତି। ପୁଲିସ ସିସିଟିଭି ଫୁଟେଜ ଆଧାରରେ ଉଭୟଙ୍କୁ ପୁଲିସ ସନ୍ଧାନ କରୁଛି। ଗ୍ୟାଲେକ୍ସି ଆପାର୍ଟମେଣ୍ଟ ଉପରକୁ ଗୁଳିମାଡ କରିବା ପରେ ଦୁଇ ଅଭିଯୁକ୍ତମାାନେ ସଲମାନଙ୍କ ଘର ଠାରୁ ମାତ୍ର ଏକ କିଲୋମିଟର ଦୁଇରେ ଥିବା ମଉଣ୍ଟ ମେରୀ ଚର୍ଚ୍ଚ ପାଖରେ ନିଜର ବାଇକ୍‌ ଛାଡି ଦେଇଥିଲେ। ସେଠାରୁ ଉଭୟ ଅଭିଯୁକ୍ତ କ୍ୟାବ୍‌ ବୁକ୍‌ କରି ବାନ୍ଦ୍ରା ଷ୍ଟେସନ ପହଞ୍ଚିଥିଲେ ଓ ସେଠାରୁ ଫେରାର ହୋଇଯାଇଥିବା ପୁଲିସ ସୂଚନା ଦେଇଛି। ସେପଟେ ସଲମାନ ଖାନଙ୍କ ଘର ବାହାରେ ଗୁଳି ବିନିମୟର କିଛି ଘଣ୍ଟା ପରେ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଭାଇ ଅନମୋଲ ବିଷ୍ଣୋଇ ଏହି ଘଟଣା ପାଇଁ ନିଜକୁ ଦାୟୀ କରିଥିଲା। ସୋଶାଲ ମିଡିଆରେ ଏନେଇ ସେ ପୋଷ୍ଟ ସେୟାର କରି ଜଣାଇଥିଲା। ସେ ‌ନିଜେ ସଲମାନ ଖାନଙ୍କ ଘର ବାହାରେ ଗୁଳି ଚଳାଇଥିବା ଦାବି ହୋଇଛି। ଆମେରିକାରେ ଲରେନ୍ସର ଭାଇ ଅନମୋଲ ରହୁଥିବା ବେଳେ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ସଲମାନଙ୍କ ଘର ବାହାରେ ଗୁଳି ଚଳାଇଥିବା ସ୍ପଷ୍ଟ କରିଛି। ଗୁଳିମାଡ ଘଟଣାକୁ ନେଇ ସଲମାନ ଖାନଙ୍କ ବାପା ସଲିମ୍ ଖାନ୍ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, “ଘଟଣାକୁ ନେଇ କିଛି କହିବାର ନାହିଁ। ସେମାନେ କେବଳ ସଲମାନଙ୍କ ନାଁ ନେଇ ନିଜର ପ୍ରଚାର କରିବାକୁ ଚାହୁଁଛନ୍ତି। ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ।”

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!