ନୟାଗଡ଼, (ବାଘୁଆବାର୍ତ୍ତା) : ରାଜ୍ୟରେ +୨ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି । ବିଜ୍ଞାନ ଭଳି ବାଣିଜ୍ୟରେ ମଧ୍ୟ ନୟାଗଡ଼ ଜିଲ୍ଲା ସାରା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି । ସାରା ରାଜ୍ୟରେ ପାସ୍ହାର ୭୪.୯୫ ପ୍ରତିଶତ ରହିଥିବା ବେଳେ ନୟାଗଡ଼ ଜିଲ୍ଲାରେ ୮୮.୭୦ ପ୍ରତିଶତ ପାସ୍ହାର ରହିଥିବା ଜଣାଯାଇଛି । ଯାହାକୁ ନେଇ ନୟାଗଡ଼ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ସଫଳତା ପାଇଥିବା ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନର ଉତ୍ତୋରତ୍ତର ଉନ୍ନତୀ କାମନା କରିଛନ୍ତି । ବିଜ୍ଞାନ ଭଳି ବାଣିଜ୍ୟରେ ନୟାଗଡ଼ ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ମନ୍ତ୍ରୀ ଡ. ସାହୁ ସବୁ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ପରିଶ୍ରମକୁ ସାଧୁବାଦ ଜଣାଇଛନ୍ତି ।






