Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମଦ ଉଜାଡ଼ି ଦେଲା ସଂସାର, ପୁଅକୁ ପିଟି ମାରିଦେଲା ମା’

by ସଞ୍ଜୟ ସ୍ୱାଇଁ
April 14, 2024
in Crime, State
ମଦ ଉଜାଡ଼ି ଦେଲା ସଂସାର, ପୁଅକୁ ପିଟି ମାରିଦେଲା ମା’
101
VIEWS
Share on FacebookShare on Twitter

କାଳିମେଳା, (ବାଘୁଆବାର୍ତ୍ତା): ମଦ ଉଜାଡ଼ି ଦେଲା ସଂସାର। ମଦ ନିଶାରେ ୮ ବର୍ଷର ପୁଅକୁ ମା’ ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଳିମେଳା ଥାନା ତୁମ୍ଭାଗୁଡ଼ା ଗାଁରେ। ଶନିବାର ରାତି ପ୍ରାୟ ୧୧.୩୦ରେ ୱାଗି ପଡ଼ିଆମି ନାମକ ଜଣେ ମହିଳା ନିଶାସକ୍ତ ଅବସ୍ଥାରେ ଘରକୁ ଆସିଥିଲେ। ତାଙ୍କ ସ୍ୱାମୀ ମଧ୍ୟ ପ୍ରବଳ ମଦ ପିଇଥିଲେ। ୱାଗି ଘର ଭିତରେ ଶୋଇଥିବା ବେଳେ ତାଙ୍କ ସ୍ୱାମୀ ବାହାରେ ଶୋଇଥିଲେ। ଘର ଭିତରେ ୮ ବର୍ଷର ପୁଅ ମଧ୍ୟ ରହିଥିଲା। ଦିନ ବେଳା ୮ ବର୍ଷୀୟ ରୋହିତ ବୁଲିବାକୁ ଯାଇଥିବାରୁ ମା’ ୱାଗି ରାତି ବେଳା ତାଙ୍କୁ ଗାଳି କରିବା ଆରମ୍ଭ କରିଥିଲେ। ଏପରି କି ତାଙ୍କୁ ବିଧା ଗୋଇଠା ମଧ୍ୟ ମାରିଥିଲେ। ଏହାକୁ ୱାଗିଙ୍କ ସ୍ୱାମୀ ମୁକ ପଡ଼ିଆମି ବିରୋଧ କରିଥିଲେ। କିନ୍ତୁ ଉଭୟ ଏତେ ନିଶାରେ ଥିଲେ ଯେ କିଛି ବି ଜାଣି ପାରି ନଥିଲେ। ରୋହିତ ଚିତ୍କାର କରୁଥିଲେ ମଧ୍ୟ ୱାଗି ମାଡ଼ ମାରିବା ବନ୍ଦ କରି ନେଇଥିଲେ। ତାଙ୍କୁ ସେ ଏମିତି ମାଡ଼ ମାରିଥିଲେ ଯେ ରୋହିତ ପୂରା ନିସ୍ତେଜ ହୋଇ ଯାଇଥିଲେ। ପୁଅ ଜୀବନ ଚାଲି ଯାଇଥିଲେ ମଧ୍ୟ ନିଶାରେ ଥିବା ମା’ ୱାଗି କିମ୍ବା ଘର ବାହାରେ ଥିବା ମୁକ ପଡ଼ିଆମି କିଛି ବି ଜାଣି ପାରି ନଥିଲେ। ଆଜି ସକାଳୁ ପୁଅ ନ ଉଠିବାରୁ ତା’ର ମୃତ୍ୟୁ ହୋଇ ସାରିଥିବା ତାଙ୍କ ବାପା ମୁକ ଜାଣିବାକୁ ପାଇଥିଲେ। ପ୍ରଥମେ ସେ ଗାଁରେ ଖବର ଦେଇଥିଲେ। ଗାଁ ଲୋକଙ୍କ ନିର୍ଦ୍ଦେଶକ୍ରମେ ମୁକ ଏନେଇ କାଳିମେଳା ଥାନାରେ ଏତଲା ଦେଇଥିଲେ। ତାଙ୍କ ଏତଲାକୁ ଭିତ୍ତି କରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି। ସେହିପରି ୱାଗି ପଡ଼ିଆମିଙ୍କୁ ଥାନାକୁ ଆଣି ଅଟକ ରଖିଛି। ତେବେ ୱାଗି କିଛି କରି ନଥିବା ସଫେଇରେ କହିଛନ୍ତି। ସେ କହିଛନ୍ତି, “ମୁଁ କିଛି ବି କରିନି। ପୁଅର ଦେହ ଭଲ ନଥିଲା। ମୁଁ ଖାଲି ତାକୁ ବାହାରେ ଅଧିକ ବୁଲୁ ଥିବାରୁ ଆକଟ କରିଥିଲି। ସେ ପାଣି ପିଇଲା ବେଳକୁ କଷ୍ଟ ହଉଥିବା କହୁଥିଲା। ତାକୁ ଆଜି ସକାଳେ ଡାକ୍ତରଖାନା ନେବି ବୋଲି କହିଥିଲି। କିନ୍ତୁ ସକାଳ ୭ଟା ବେଳକୁ ତା’ର ମୃତ୍ୟୁ ହୋଇ ଯାଇଛି।”

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!