ନୟାଗଡ଼, (ବାଘୁଆବାର୍ତ୍ତା) : ରାଜ୍ୟରେ +୨ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି । ବିଜ୍ଞାନ ଭଳି ବାଣିଜ୍ୟରେ ମଧ୍ୟ ନୟାଗଡ଼ ଜିଲ୍ଲା ସାରା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି । ସାରା ରାଜ୍ୟରେ ପାସ୍ହାର ୭୪.୯୫ ପ୍ରତିଶତ ରହିଥିବା ବେଳେ ନୟାଗଡ଼ ଜିଲ୍ଲାରେ ୮୮.୭୭ ପ୍ରତିଶତ ପାସ୍ହାର ରହିଥିବା ଜଣାଯାଇଛି ।






