ଭୁବନେଶ୍ୱର, (ବାଘୁଆବାର୍ତ୍ତା) : ଭୁବନେଶ୍ୱର, ୧୮ ଅଗଷ୍ଟ, ୨୦୨୦ ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଆଜି ପୂର୍ବାହ୍ନରେ ଭୁବନେଶ୍ୱର ସ୍ଥିତ ରାମକୃଷ୍ଣ ମିଶନ ରୋଡ୍ସ୍ଥିତ ଫରେଷ୍ଟ ରେଷ୍ଟ ହାଉସ୍ ‘‘ଅରଣ୍ୟ’ କୁ ଅଚାନକ ପରିଦର୍ଶନରେ ଯାଇଥିଲେ । ସେଠାରେ ଇଡ୍କୋ ଦ୍ୱାରା ନିର୍ମାାଧୀନ ଥିବା ରେଷ୍ଟ ହାଉସ୍ର ସମସ୍ତ କାର୍ଯ୍ୟକୁ ଆସନ୍ତା ମାସ ଶେଷ (ସେପେଫମ୍ବର ୩୦) ସୁଦ୍ଧା ସମାପ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବାହନ ଚାଳକମାନଙ୍କ ପାଇଁ ନୂତନ ରେଷ୍ଟ୍ରସେଡ୍ ଓ ପର୍ଯ୍ୟାପ୍ତ ପରିମାର ଶୌଚାଳୟ ନିର୍ମାଣ କାର୍ଯ୍ୟକୁ ସାରିବା ପାଇଁ ଉପସ୍ଥିତ ଅଧିକାରୀମାନଙ୍କୁ ସେ ତାଗିଦ୍ କରିଥିଲେ । ରେଷ୍ଟ ହାଉସ୍ ‘ଅର୍ୟ’ରେ ଗୁାତ୍ମକମାନର ଆସବାପତ୍ରର ବ୍ୟବସ୍ଥା କରିବା ଉପରେ ମନ୍ତ୍ରୀ ଶ୍ରୀ ଆରୁଖ ନିର୍ଦ୍ଦେଶ ଦେଇଥିଲେ । ତାଙ୍କ ସହ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଶ୍ରୀ ସନ୍ଦୀପ ତି୍ରପାଠୀ, ମୁଖ୍ୟ ବନ ସଂରକ୍ଷକ (କାମ୍ପା) ଶ୍ରୀମତୀ ଉମା ନନ୍ଦୁରୀ ଓ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଶ୍ରୀ ମନୋଜ କୁମାର ମହାପାତ୍ର ଏହି ପରିଦର୍ଶନରେ ଯାଇଥିଲେ । ମାନସ ଖୁଣ୍ଟିଆ ସୂଚନା ଅଧିକାରୀ






