ଭୂବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ଭୟାବହ ଭାବେ ବଢ଼ି ଚାଲିଛି । ରାଜ୍ୟରେ ନୂଆ ୨୨୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୪ ହଜାର ୫୩୩ ରେ ପଂହଚିଛି । ସେଥିମଧ୍ୟରେ ୧୪୧୬ ଜଣ ସଂଗରୋଧ କେନ୍ଦ୍ରରେ ରହିଥିବା ବେଳେ ୮୨୩ ଟି ବାହ୍ୟ ପଜେଟିଭ ବୋଲି ସୂଚନା ମିଳିଛି । ସେଥିମଧ୍ୟରେ ଅନୁଗୁଳ ୬, ବାଲେଶ୍ୱର ୧୩୦, ବରଗଡ଼ ୫୧, ଭଦ୍ରକ ୭୩, ବଲାଙ୍ଗିର ୬୬, ବୈାଦ୍ଦ ୫୩, କଟକ ୧୧୭, ଢେଙ୍କାନାଳ ୩୬, ଗଂଜାମ ୨୪୬, ଗଜପତି ୪୨, ଜଗତସିଂହପୁର ୨୬, ଯାଜପୁର ୭୫, ଝାରସୁଗୁଡ଼ା ୧୩, କଳାହାଣ୍ଡି ୨୧, କନ୍ଧମାଳ ୯୦, କେନ୍ଦ୍ରାପଡ଼ା ୭, କେନ୍ଦୁଝର ୭୨, ଖୋର୍ଦ୍ଧା ୪୧୯, କୋରାପୁଟ ୯୧, ମାଲକାନଗିରି ୫୫, ମୟୁରଭଂଜ ୮୦, ନବରଂଗପୁର ୧୪, ନୟାଗଡ଼ ୧୪୭, ନୂଆପଡ଼ା ୮, ପୁରୀ ୪୦, ରାୟଗଡ଼ା ୧୨୦, ସମ୍ବଲପୁର ୫୩, ସୋନପୁର ୨୪, ସୁନ୍ଦରଗଡ଼ ୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୦୩୩୯ ଟି ମାମଲା ସକ୍ରିୟ ରହିଥିବା ୪୩୭୭୯ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ।





