ଓଡ଼ଗାଁ (ବାଘୁଆବାର୍ତ୍ତା) : ଓଡ଼ଗାଁ ତହସିଲ ଅନ୍ତର୍ଗତ କୁରାଳ ଗ୍ରାମରେ ଦୀର୍ଘ ୪୯ଦିନ ଧରି କଣ୍ଟେନମେଣ୍ଟ ରହିବା ଯୋଗୁଁ କୁରାଳ ଗ୍ରାମବାସୀ ତଥା ବ୍ୟବସାୟୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବିଶେଷ କରି କୁରାଳ ବ୍ୟବସାୟୀ ନିଜର ପରିବାରର ଗୁଜୁରାଣ ମେଣ୍ଟାଇବା ନିମିତ୍ତ ଅସମର୍ଥତା ପ୍ରକାଶ କରୁଛନ୍ତି । ଅନ୍ୟପକ୍ଷେ, ୨ ସପ୍ତାହରୁ ଉର୍ଦ୍ଧ୍ବ ସମୟ ଧରି କୁରାଳ ଅଞ୍ଚଳରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ତେଣୁ କରି କଣ୍ଟେନମେଣ୍ଟ କଟକଣାକୁ ପ୍ରତ୍ୟାହାର କରିବା ଦାବିରେ କୁରାଳ ଗ୍ରାମର ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ବ୍ୟବସାୟୀ ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଦେଇଥିବା ଧାରଣା ଆଜି ଦ୍ଵିତୀୟ ଦିନରେ ପହଞ୍ଚିଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଅଧିକାରୀ ଘଟଣା ସ୍ଥଳରେ ପହଂଛି ନାହାନ୍ତି । ଯାହା ଫଳରେ ସମଗ୍ର ବଜାର ବନ୍ଦ ହେବା ଫଳରେ ଏହାର ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡିଅଛି ବିଶେଷ କରି ଲୋକେ ନିତ୍ୟାବଶ୍ୟକ ସାମଗ୍ରୀ ପାଇବାରୁ ବଞ୍ଚିତ ହେଉଛନ୍ତି ।ଉଚ୍ଚ କର୍ତ୍ତୃପକ୍ଷ ଉକ୍ତ ଘଟଣା ଉପରେ ଦୃଷ୍ଟି ଦେଇ ଯଥା ଶ୍ରୀଘ୍ର କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଅଛି ।






