Tuesday, July 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନଦୀରୁ ମିଳିଲା ଶିକ୍ଷକଙ୍କ ଗଳିତ ଶବ, ହତ୍ୟା ଅଭିଯୋଗ

by Anil Panda
August 17, 2020
in Feature News, Nayagarh
ନଦୀରୁ ମିଳିଲା ଶିକ୍ଷକଙ୍କ ଗଳିତ ଶବ, ହତ୍ୟା ଅଭିଯୋଗ
1.7k
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଂଚଳର ଜଣେ ଶିକ୍ଷକଙ୍କ ଉଲଗ୍ନ ଏବଂ ଗଳିତ ଶବ ଆଜି ନଦୀଶର୍ଯ୍ୟାରୁ ଉଦ୍ଧାର କରାଯାଇଥିବା ବେଳେ ପରିବାର ଲୋକେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ସୂଚନାନୁସାରେ, ଦଶପଲ୍ଲା ଥାନା ଅନ୍ତର୍ଗତ ଘୁଗୁଡ଼ିପଡ଼ା ପଂଚାୟତ ମର୍ଦ୍ଦାବାଡ଼ି ଗ୍ରାମ ନଦୀସାହିତ ଶିକ୍ଷକ ସୀମାଞ୍ଚଳ ବିଶ୍ୱାଳ (୪୦) ଗତ ସ୍ୱାଧିନତା ଦିବସ ଠାରୁ ନିଖୋଜ ଥିଲେ । ଏନେଇ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କିଛି ସନ୍ଧାନ ପାଇନଥିଲେ । ଆଜି ଘୁଗୁଡ଼ିପଡ଼ା ନିକଟ ବୃତ୍ତଙ୍ଗ ନଦୀ ଶର୍ଯ୍ୟାରେ ଶିକ୍ଷକଙ୍କ ଉଲଗ୍ନ ଏବଂ ଗଳିତ ଶବ ନଦୀଶର୍ଯ୍ୟାରେ ପଡ଼ିଥିବା ଦେଖା ଯାଇଥିଲା । ଜଣେ ଛେଳି ଚରାଳି ଶବ ପଡ଼ିଥିବା ଦେଶୀ ସୀମାଞ୍ଚଳଙ୍କ ପରିବାରକୁ ଖବର ଦେଇଥିଲା । ପରିବାର ଲୋକେ ଘଟଣାସ୍ଥଳରେ ପହଂଚି ଏହା ସୀମାଞ୍ଚଳଙ୍କ ମୃତ ଦେହ ବୋଲି ଜାଣିବା ପରେ ପୁଲିସକୁ ଖବର ଦିଆଯାଇଥିଲା । ପୁଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି । ଏନେଇ ସୀମାଞ୍ଚଳଙ୍କ ବାପା ମୋହନ ବିଶ୍ୱାଳ ତାଙ୍କ ପୁଅକୁ କେହି ହତ୍ୟା କରି ନଦୀରେ ଫିଙ୍ଗି ଦେଇଥିବା ଦଶପଲ୍ଲା ଥାନାରେ ଅଭିଯୋଗ କରିଛନ୍ତି । ମୃତ ସୀମାଞ୍ଚଳଙ୍କ ମୁହଁ ଓ ପିଠିରେ ଶକ୍ତ ଆଘାତ ଲାଗିଥିବା ବେଳେ ଦାନ୍ତ ସବୁ ଝଡ଼ି ଯାଇଥିବା ଦେଖାଯାଇଛି । ଏଥିସହିତ ତାଙ୍କ ଯୌନାଙ୍ଗ ଫୁଲି ଯାଇଥିବା ଦେଖାଯାଇଛି । ଯାହାକୁ ନେଇ ସୀମାଞ୍ଚଳକୁ ହତ୍ୟା କରାଯାଇଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି । ଶିକ୍ଷକ ସୀମାଞ୍ଚଳ କୁଲୁରୁକୁମ୍ପା ଗ୍ରାମ ପଂଚାୟତ ତଳଢିକିରି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ । ତାଙ୍କର ଦୁଇ ପୁଅ ଏବଂ ଗୋଟିଏ ଝିଅ ଏବଂ ପôତୀ ରହିଛନ୍ତି । ଅନ୍ୟପକ୍ଷେ, ଅଭିଯୋଗକୁ ଆଧାର କରି ଦଶପଲ୍ଲା ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଶବ ବ୍ୟବଚ୍ଛେଦ ରିର୍ପୋଟକୁ ଅପେକ୍ଷା କରାଯାଇଥିବା ଜଣାଯାଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!