ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଂଚଳରେ ପ୍ଲଟ ବେପାରକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଅପହରଣ ନେଇ ଅପହୃତ ହୋଇଥିବା ଯୁବକ ନୂଆଗାଁ ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ ଆଜି ୪ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟରେ ସେମାନଙ୍କ ଜାମିନ ନାମାଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାଯାଇଛି । ଏହି ଯୁବକମାନେ ହେଲେ ଦଶପଲ୍ଲା ଅଂଚଳର ସୁଜିତ କୁମାର ପ୍ରଧାନ, ଜିତେନ୍ଦ୍ର କୁମାର ସାହୁ, ଜ୍ଞାନ ରଂଜନ ସିଠ, ସନ୍ତୋଷ କୁମାର ପ୍ରଧାନ । ସୂଚନାନୁସାରେ, ଦଶପଲ୍ଲା ଅଂଚଳର ସୁଦର୍ଶନ ସାହୁ ନାମକ ଜଣେ ଯୁବକଙ୍କ ସହ ଏହି ଯୁବକମାନେ ମିଶି ପ୍ଲଟିଂ ବେପାର କରୁଥିବା ବେଳେ କୈାଣସି କାରଣକୁ କେନ୍ଦ୍ର କରି ଉକ୍ତ ଯୁବକମାନେ ତାଙ୍କୁ ଅପହରଣ କରିଥିବା ନେଇ ନୂଆଗାଁ ଥାନାରେ ସୁଦର୍ଶନ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ନୂଆଗାଁ ପୁଲିସ କିଛି ଯୁବକଙ୍କ ନାମରେ ମାମଲା ରୁଜୁ କରିଥିବା ବେଳେ ୪ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିଲା । ଆଜି ଏହି ୪ ଜଣ ଯୁବକଙ୍କ ଗିରଫ କରିଥିବା ସୂଚନା ମିଳିଛି ।






