Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗାର୍ଲଫ୍ରେଣ୍ଡକୁ ମାରି ଆଲମାରୀରେ ରଖି ବୟଫ୍ରେଣ୍ଡ ଫେରାର

by ସଞ୍ଜୟ ସ୍ୱାଇଁ
April 5, 2024
in Crime, NATIONAL NEWS
ଗାର୍ଲଫ୍ରେଣ୍ଡକୁ ମାରି ଆଲମାରୀରେ ରଖି ବୟଫ୍ରେଣ୍ଡ ଫେରାର
95
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): ଦେଶରେ ଦିନକୁ ଦିନ ବଢ଼ି ଚାଲିଛି ଲିଭ୍‌ଇନ୍‌ ପାର୍ଟନରଙ୍କୁ ହତ୍ୟା କରିବା ମାମଲା। ଏବେ ପୁଣି ଥରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ନିଜ ଗାର୍ଲଫ୍ରେଣ୍ଡଙ୍କୁ ନିର୍ମମ ଭାବେ ହତ୍ୟା କରି ଆଲମାରୀ ଭିତରେ ମୃତଦେହକୁ ରଖିଛି ଲିଭ୍‌ଇନ୍‌ ପାର୍ଟନର। ଏହା ପରେ ସେଠାରୁ ଫେରାର ହୋଇଯାଇଛି। ଏଭଳି କିଛି ଘଟଣା ଦେଶର ରାଜଧାନୀ ଦିଲ୍ଲୀରେ ଘଟିଛି। ଦିଲ୍ଲୀ ଦ୍ୱାରକ ଜିଲ୍ଲରା ଡାବରୀ ଥାନା ଅଞ୍ଚଳ। ଏଠାକାର ଏକ ଫ୍ଲାଟରେ ରୁଖସାର ରାଜପୁତ ଓ ବିପଲ ଟେଲର ନାମକ ଦମ୍ପତି ପ୍ରାୟ ଦେଢ଼ ମାସ ହେଲ ଲିଭ୍‌ଇନ୍‌ରେ ରହୁଥିଲେ। ତେବେ ୨୬ ବର୍ଷୀୟ ରୁଖସାର ରାଜପୁତଙ୍କ ହତ୍ୟା କରାଯାଇଥିବା ତାଙ୍କ ବାପା ଅଭିଯୋଗ ଆଣିଛନ୍ତି। ଏନେଇ ସେ ପୁଲିସକୁ ସୂଚନା ଦେଇଛନ୍ତି। ଝିଅର ଲିଭଇନ୍‌ ପାର୍ଟନର ବିପଲ ହିଁ ତାକୁ ହତ୍ୟା କରିଥିବା ବାପା ମୁସ୍ତକିନ୍‌ ପୁଲିସରେ କହିଛନ୍ତି। ରୁଖସାରଙ୍କ ବାପାଙ୍କ କହିବା ମୁତାବକ, ବିପଲ ତାଙ୍କୁ ମାଡ ମାରୁଥିବା ରୁଖସାର ଶେଷ ଥର ପାଇଁ ଫୋନ୍‌ କରି କହିଥିଲେ। ଏପରିକି ସେ ତାଙ୍କୁ ହତ୍ୟା କରିପାରେ ବୋଲି ମଧ୍ୟ ରୁଖସର ଆଶଙ୍କା ପ୍ରକଟ କରିଥିଲେ। ଉଭୟ ଭଡା ଘରେ ପାଖାପାଖି ଦେଢ଼ ମାସ ହେବ ଏକାଠି ରହୁଥିଲେ। ସେପଟେ ପୁଲିସ କହିଛି ଯେ, ତାଙ୍କୁ ବୁଧବାର ସକାଳ ପ୍ରାୟ ସାଢ଼େ ୧୦ଟାରେ ଏକ ଫୋନ୍ କଲ୍ ଆସିଥିଲା। ଏଥିରେ ଝିଅକୁ ତାଙ୍କ ଲିଭ୍‌ ଇନ୍‌ ପାର୍ଟନର ହତ୍ୟା କରିଥିବା ନେଇ ବାପା ମୁସ୍ତକିନ୍‌ ଅଭିଯୋଗ କରିଥିଲେ। ଏହାରେ ପୁଲିସର ଏକ ଟିମ୍‌ ବିପଳ ଓ ରୁଖସାର ରହୁଥିବା ଫ୍ଲାଟରେ ପହଞ୍ଚି ଝାନଭିନ୍‌ କରିଥିଲା। ଏହି ସମୟରେ ଆଲମାରୀ ଭିତରୁ ରୁଖସାରଙ୍କ ମୃତଦେହ ମିଳିଛି। ପୁଲିସ ମୃତଦେହକୁ ଜବତ କରି ଡିଡିୟୁ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ସେପଟେ ଫେରାର ଅଭିଯୁକ୍ତ ବିପଲକୁ ଧରିବା ପାଇଁ ପୁଲିସ ଚେଷ୍ଟା ଚଳାଇଛି। ଫ୍ଲାଟ ପରିସରେ ଥିବା ସିସିଟିଭି କ୍ୟାମେରାକୁ ମଧ୍ୟ ଯାଞ୍ଚ କରାଯାଇଛି। ବିପଲ ଗୁଜରାଟ ସୁରଟର ବାସିନ୍ଦା ବୋଲି ପୁଲିସ କହିବା ସହ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!