ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ ଲେଖନପୁର ସ୍ଥିତ ବୃଦ୍ଧାଶ୍ରମରେ ୭୪ତମ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି। ମୁଖ୍ଯ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ହରେକୃଷ୍ଣ ସାହୁ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଏତେବଡ ଜନବହୁଳ ରାଷ୍ଟ୍ରରେ ବୃଦ୍ଧାଶ୍ରମର ଆବଶ୍ଯକତା ଅଛିବୋଲି କହିବା ସହିତ ସ୍ବାଧୀନତା ସଂଗ୍ରାମୀ ମାନଙ୍କ ସ୍ମୃତି ଚାରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଶ୍ରମ ପରିଚଳନା କମିଟିର କାର୍ଯ୍ୟକାରୀ ସଭାପତି ପ୍ରମୋଦ ପଟ୍ଟନାୟକ, ସଂପାଦକ ଅରୁଣ କୁମାର ମହାନ୍ତି, କାର୍ଯ୍ଯନିର୍ବାହୀ ସଭ୍ଯ ପ୍ରସନ୍ନ କୁମାର ବସନ୍ତିଆ, ଧୀରେନ୍ଦ୍ର କୁମାର ପଟ୍ଟନାୟକ, ଶ୍ରୀଧର ସାହୁଙ୍କ ସମେତ ଆଶ୍ରମ ଅନ୍ତେବାସୀ ମାନେ ଉପସ୍ଥିତ ଥିଲେ।






