Wednesday, June 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନିର୍ବାଚନୀ ସଙ୍ଗୀତ ପ୍ରସ୍ତୁତିର ହବ୍‌‌ ପାଲଟିଛି କଟକ

by ସଞ୍ଜୟ ସ୍ୱାଇଁ
April 1, 2024
in Politics, State
ନିର୍ବାଚନୀ ସଙ୍ଗୀତ ପ୍ରସ୍ତୁତିର ହବ୍‌‌ ପାଲଟିଛି କଟକ
112
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ନିର୍ବାଚନ ଯେତିକି ପାଖେଇ ଆସୁଛି, ପ୍ରଚାରର ପୂର୍ବ ପ୍ରସ୍ତୁତି ଠିକ୍‌‌ ସେତିକି ବଢ଼ିବାରେ ଲାଗିଛି। ରାଜ୍ୟର ଅନ୍ୟ ସହର ତୁଳନାରେ କଟକ ସହର ପାଲଟିଛି ନିର୍ବାଚନୀ ସଙ୍ଗୀତ ପ୍ରସ୍ତୁତିର ପ୍ରମୁଖ୍‌‌ ହବ୍‌‌। ଏଠାରେ ଛୋଟବଡ଼ ୧୫୦ରୁ ଅଧିକ ଷ୍ଟୁଡିଓ ରହିଛି। ଏବେଠାରୁ ଷ୍ଟୁଡିଓଗୁଡ଼ିକରେ ନିର୍ବାଚନୀ ସଙ୍ଗୀତ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଯେହେତୁ ପ୍ରମୁଖ ଦଳଗୁଡ଼ିକର ଅଧିକାଂଶ ସ୍ଥାନରେ ଟିକଟ୍‌‌ ଘୋଷଣା ଶେଷ ହୋଇଛି, ସେମାନେ ପ୍ରଚାର ମଇଦାନକୁ ଓହ୍ଲାଇବା ପାଇଁ ଗୀତ ଆବଶ୍ୟକ କଲେଣି। କିନ୍ତୁ ଏଥର ନିର୍ବାଚନରେ ଗୋଟିଏ ନୂଆ କଥା ଦେଖିବାକୁ ମିଳିଛି। ନେତାମାନେ ପୁରୁଣା ଟ୍ରାକ୍‌‌ରେ ଗୀତ କରିବା ଅପେକ୍ଷା ସମ୍ପୂର୍ଣ୍ଣ ଭାବେ ନୂତନ ଗୀତ ପ୍ରସ୍ତୁତ କରିବାକୁ କହୁଛନ୍ତି। ଯଦ୍ୱାରା ସଙ୍ଗୀତ ନିର୍ଦ୍ଦେଶକମାନେ ନୂଆ ଧୂନ୍‌‌ ନିର୍ମାଣ କରୁଥିବା ବେଳେ ଗୀତିକାରମାନେ ସାମ୍ପ୍ରତିକ ସମୟ ଆଧାରରେ ନେତାଙ୍କ ବରାଦକୁ ନେଇ ଗୀତ ଲେଖୁଛନ୍ତି। କିନ୍ତୁ ନୂଆ ଗୀତ ସହିତ ପୁରୁଣା ଟ୍ରାକ୍‌‌ରେ ଗୀତ ପ୍ରସ୍ତୁତ କରିବାକୁ ବରାଦ ମଧ୍ୟ ଆସୁଛି। କହିବାକୁ ଗଲେ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କର ପ୍ରଚାରରେ ପୁରୁଣା ଟ୍ରାକ୍‌‌ ଅପେକ୍ଷା ନୂଆ ଗୀତ ବାଜିବାକୁ ସେମାନେ ଗୁରୁତ୍ୱ ଦେଉଥିବା ଜଣାପଡ଼ିଛି। ସାଧାରଣ ଭାବେ ଯେଉଁ ଗୀତ ହିଟ୍‌‌ ହୋଇଥାଏ, ସେହି ଗୀତର ଟ୍ରାକ୍‌‌ରେ ଗୀତିକାରମାନେ ଗୀତ ଲେଖି ଥାଆନ୍ତି। କିନ୍ତୁ ସମୟ ବଦଳିବା ସହ ନେତାଙ୍କ ପସନ୍ଦ ମଧ୍ୟ ବଦଳିବାରେ ଲାଗିଛି। ବିଧାୟକଙ୍କ ପାଇଁ ଏକ ପ୍ୟାକେଜ୍‌‌ ରହିଥିବା ବେଳେ ସାଂସଦଙ୍କ ପାଇଁ ମଧ୍ୟ ଭିନ୍ନ ପ୍ୟାକେଜ୍‌‌ ରହିଛି। ପ୍ରତି ପ୍ୟାକେଜ୍‌‌ରେ ୬ଟି ଲେଖାଁଏ ଗୀତ, ଭାଷଣ ଓ ୨ଟି ସୋସିଆଲ୍‌‌ ମିଡିଆ ପ୍ରଚାର ନିମନ୍ତେ ଭିଡିଓ ରହୁଛି। ଯେଉଁ ୬ଟି ଗୀତ ରହୁଛି, ତନ୍ମଧ୍ୟରୁ ଗୋଟିଏ ନୂଆ ଗୀତ ଓ ଅନ୍ୟ ୫ଟି ପୁରୁଣା ଟ୍ରାକ୍‌‌ର ଗୀତ ରହୁଛି। ଏହି ପ୍ୟାକେଜ୍‌‌ର ମୂଲ୍ୟ ୧ଲକ୍ଷ ୨୦ହଜାର ଟଙ୍କା ରଖାଯାଇଛି। ଅନ୍ୟପଟେ କେତେକ ଷ୍ଟୁଡିଓ ଏହି ଦର କମ୍‌‌ କରି ନେଉଥିବା ଦେଖିବାକୁ ମିଳୁଛି। ଏଥର ହିଟ୍‌‌ ମ୍ୟୁଜିକ୍‌‌ ଭିଡିଓ ଓ ସିନେମା ଗୀତର ଟ୍ରାକ୍‌‌ ମଧ୍ୟରୁ ପ୍ରାୟ ୩୦ଟି ଗୀତର ଟ୍ରାକ୍‌‌ ବରାଦ ବିଭିନ୍ନ ଷ୍ଟୁଡିଓକୁ ଆସୁଛି। ପ୍ରାର୍ଥୀଙ୍କ ବିଶେଷ ପସନ୍ଦ ତାଲିକାରେ ଧୂଳିଆ ଜନ୍ଦା, ମଜା ଅଲଗା, କ୍ୟୁଟ୍‌‌ ଗେହ୍ଲି, ଝଲମଲ ଆଖି ହେଲା ଝଲମଲ…, ସେଦିନୁ ମୁଁ ହୁନୁହୁନୁ…, ତୋ ଦୁଆରେ ହେବ ଚାଙ୍ଗୁ ମାଡ଼…, ଚାଲ୍‌‌ ଚାଲ୍‌‌ ଚାଲ୍‌‌ ବଉଳ…, ଇ ଇ ରସିଆ…, ବୁଲେଟ୍‌‌ ଗାଡ଼ି…, ଆମ ବାପାର ପଇସା ନାହିଁ…, ଦିଲ୍‌‌ ହେଲା କୁଟକୁଟା…, ସୁକୁମାରି…ରହିଛି। ଏହି ଗୀତଗୁଡ଼ିକର ଟ୍ରାକ୍‌‌ ବ୍ୟବହାର କରି ନିର୍ବାଚନ ପାଇଁ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ପ୍ରଚାର ଉଦ୍ଦେଶ୍ୟରେ ବିଭିନ୍ନ ଷ୍ଟୁଡିଓରେ ରେକର୍ଡିଂ ଆରମ୍ଭ ହୋଇଯାଇଛି। ଗୀତ ରେକର୍ଡିଂ ପାଇଁ ଏବେ କେଶରପୁରସ୍ଥିତ ଆଫିୟାନ୍ସ ଷ୍ଟୁଡିଓ, ବାରବାଟୀ ଷ୍ଟାଡିୟମ ନିକଟସ୍ଥ ଶକ୍ତି ଷ୍ଟୁଡିଓ, ମହତାବ ରୋଡ ମା’ ଷ୍ଟୁଡିଓ, ଲିଙ୍କରୋଡ ପିଏମ ଷ୍ଟୁଡିଓ, ବାଦାମବାଡ଼ି ପବିତ୍ର ଷ୍ଟୁଡିଓ, ସିଡିଏ ସେକ୍ଟର ୯ରେ ଥିବା ପ୍ରତିଭା ଷ୍ଟୁଡିଓ, ଲିଙ୍କରୋଡ୍‌‌ ମିଲନ୍‌‌ ଷ୍ଟୁଡିଓ ଇତ୍ୟାଦି ନିର୍ବାଚନୀ ଗୀତ ରେକର୍ଡିଂ ପାଇଁ ଚଳଚଞ୍ଚଳ ହେଲାଣି। କଟକର ସେଭେନ୍‌‌ ଇନ୍‌‌ ଷ୍ଟୁଡିଓ ମାଲିକ ବିପ୍ଲବ ପୁରୋହିତଙ୍କ କହିବା ଅନୁଯାୟୀ ଯେଉଁ ପ୍ରାର୍ଥୀ ଟିକେଟ୍‌‌ ପାଇ ସାରିଛନ୍ତି, ସେମାନେ ଗୀତ ରେକର୍ଡିଂ ପାଇଁ ବରାଦ ଦେଇସାରିଲେଣି। ପଶ୍ଚିମ ଓଡ଼ିଶା ପ୍ରାର୍ଥୀଙ୍କ ଭାଷାଜନିତ ସମସ୍ୟା ଥିବାରୁ ସେପଟୁ ବେଶି କାମ ଆସୁନାହିଁ। ବର୍ତ୍ତମାନ ଏହି ନିର୍ବାଚନୀ ଗୀତ ଗାଇବା ପାଇଁ ପ୍ରଚ୍ଛଦପଟ୍ଟ ଗାୟକ ଭାବେ ତାରିକ ଅଜିଜ୍‌, ସଞ୍ଜୁ ମହାନ୍ତି, ମାନସୀ ପାତ୍ର, ସସ୍ମିତା ମିଶ୍ର, ଅମ୍ରିତା ନାୟକ, ସଂଗ୍ରାମ ମହାନ୍ତି, ଶୁଭାଶିଷ ମହାକୁଡ଼, ବିଶ୍ୱଜିତ ଆଚାର୍ଯ୍ୟ, ମୋନାଲି ମଧୁସ୍ମିତା, କରୁଣାକର ପ୍ରମୁଖ ରହିଥିବା ଜଣାପଡ଼ିଛି। କିନ୍ତୁ ଆଗଧାଡ଼ିରେ ପ୍ଲେ-ବ୍ୟାକ୍‌‌ କରୁଥିବା ଗାୟକ ଓ ଗାୟିକାମାନେ ପୁରୁଣା ଟ୍ରାକ୍‌‌ରେ ଗୀତ ଗାଉ ନାହାନ୍ତି। ମୁଖ୍ୟତଃ ହ୍ୟୁମାନ୍‌‌ ସାଗର, ଅସୀମା ପଣ୍ଡା, ସ୍ୱୟମ୍‌‌ ପାଢ଼ୀ, ସତ୍ୟଜିତ୍‌‌ ପ୍ରଧାନ, ଅନ୍ତରା ଚକ୍ରବର୍ତ୍ତୀ ଭଳି ଆଗଧାଡ଼ିର କଣ୍ଠଶିଳ୍ପୀମାନେ ପୁରୁଣା ଟ୍ରାକ୍‌‌ରେ ନିର୍ବାଚନୀ ଗୀତ ଗାଉନଥିବା ଦେଖିବାକୁ ମିଳୁଛି। ନୂଆ ଗୀତ ଓ ସ୍ୱରରେ ଗୀତ ଗାଇବାକୁ ସେମାନେ ପସନ୍ଦ କରୁଛନ୍ତି। କଂଗ୍ରେସ ଦଳର ଗୀତ ପ୍ରସ୍ତୁତି ଆରମ୍ଭ ହୋଇ ନଥିବା ବେଳେ ମୋଦି ଓ ନବୀନଙ୍କ ଗୀତରେ ଦୁଲୁକୁଛି ଷ୍ଟୁଡିଓ। ନିର୍ବାଚନ ଗୀତ ପ୍ରସ୍ତୁତି ସମ୍ପର୍କରେ ଆଗଧାଡ଼ିର ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ଅଭିଜିତ୍‌‌ ମଜୁମଦାରଙ୍କୁ ପଚାରିବାରୁ ସେ କହିଛନ୍ତି, ଉପଯୁକ୍ତ ପ୍ରାପ୍ୟ ଯେଉଁମାନେ ଦେବେ, ସେମାନଙ୍କ ଗୀତ କରାଯାଉଛି। ଯଦି ନେତା କମ୍‌‌ ପ୍ରାପ୍ୟ ଦେବା ପାଇଁ କହୁଛନ୍ତି ତେବେ ନିର୍ବାଚନୀ ଗୀତ ପ୍ରସ୍ତୁତ କରିବା ସମ୍ଭବପର ହେଉନାହିଁ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!