Wednesday, June 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଜେପି କାର୍ଯ୍ୟାଳୟରେ ଅଶାନ୍ତିର ଝଡ଼

by ସଞ୍ଜୟ ସ୍ୱାଇଁ
March 30, 2024
in Politics, State
ବିଜେପି କାର୍ଯ୍ୟାଳୟରେ ଅଶାନ୍ତିର ଝଡ଼
253
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଅପରାଜିତାଙ୍କ ବିରୋଧରେ ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ଜଳିଲା ଅସନ୍ତୋଷ ଓ ଆକ୍ରୋଶର ନିଆଁ । ଓଡ଼ିଶା ବିଜେପିକୁ ଖୋଲା ଚ୍ୟାଲେଞ୍ଜ ଦେଲେ ଦଳର ବରିଷ୍ଠ ନେତା କାଳୁଚରଣ ଖଣ୍ଡାୟତରାୟ । ସେ ଖୋଲା ଚ୍ୟାଲେଞ୍ଜ କରି କହିଛଁନ୍ତି ୫ ବର୍ଷ ହେଲା କାମ କରିଛି ଟିକେଟ୍ ନେଇକି ରହିବି । ଟିକେଟ୍ ନମିଳିଲେ କ’ଣ ହେବ ସମସ୍ତେ ଜାଣିଛନ୍ତି । ମୁଁ ସାଧାରଣ ଲୋକ ଝାଳବୁହା ପରିଶ୍ରମ କରିଛି ଦଳ ପାଇଁ । ବିଜେପି ରାଜ୍ୟ କାର୍ଯ୍ୟାଳୟ ଭିତରେ ଛିଡା଼ ହୋଇ ଦଳକୁ ଏମିତି ଚେତାବନୀ ଦେଇଛନ୍ତି କାଳୁ ଖଣ୍ଡାୟତରାୟ । ସୂଚନା ଅନୂସାରେ ଆଜି ଅପରାଜିତାଙ୍କ ବିରୋଧରେ ଜଳିଲା ଅସନ୍ତୋଷ ଓ ଆକ୍ରୋଶର ନିଆଁ । ଅପରାଜିତାଙ୍କ ବିରୋଧରେ ଉଗ୍ର ହୋଇଛି ଦଳୀୟ କନ୍ଦଳ । ଏଥର ଆଉ କେଉଁଠି ନୁହେଁ ଖୋଦ୍ ରାଜ୍ଯ ବିଜେପି କାର୍ଯ୍ୟାଳୟରେ ବିଜେପିର ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ଯୁଦ୍ଧଂଦେହୀ ଡାକରା ଦେଇଛନ୍ତି ଖୋର୍ଦ୍ଧା ବିଜେପିର ନେତୃବୃନ୍ଦ । ଖୋର୍ଦ୍ଧାର ବିଜେପି ଟିକେଟ ଆଶାୟୀ କାଳୁ ଚରଣ ଖଣ୍ଡାୟତ ରାୟଙ୍କ ନେତୃତ୍ୱରେ ହଜାର ହଜାର କର୍ମୀ ଏକାଠି ହୋଇ ଅପରାଜିତାଙ୍କୁ ବିରୋଧ କରିଛନ୍ତି । ଅପରାଜିତା ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧାରୁ ବିଧାୟକ ପ୍ରାର୍ଥୀ ବୋଲି ଅନେକ ସ୍ଥାନରେ ଘୋଷଣା କରୁଛନ୍ତି । ପ୍ରାର୍ଥୀ ଘୋଷଣା କରିବାକୁ ଅପରାଜିତାଙ୍କୁ କିଏ ଅଧିକାର ଦେଲା ବୋଲି ପ୍ରଶ୍ନ କରିଛନ୍ତି କର୍ମୀ । ତାଙ୍କର ଏଭଳି ମନମୁଖି ନିଷ୍ପତ୍ତିକୁ ବିରୋଧ କରିବା ସହ ନିଆଁ ହୋଇଛନ୍ତି ବିଜେପି କର୍ମୀ । ପ୍ରତିବାଦରେ ଖୋର୍ଦ୍ଧା ମ୍ୟୁନିସିପାଲଟି, ଖୋର୍ଦ୍ଧା ଓ ଟାଙ୍ଗୀ ବ୍ଲକର ପ୍ରାୟ ୩ ହଜାରରୁ ଅଧିକ କର୍ମୀ ବିଜେପି କାର୍ଯ୍ୟାଳୟ ଆଗରେ କଡ଼ା ପ୍ରତିବାଦ କରିଛନ୍ତି । ଅପରାଜିତାଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ଦଳ ଛାଡ଼ିବାକୁ ଧମକ ଦେଇଛନ୍ତି । ଟିକେଟ ଆଶାୟୀ କାଳୁ ଚରଣ ଖଣ୍ଡାୟତ ରାୟ ବିଜେପିକୁ ଶୁଣାଇଛନ୍ତି ଚରମବାଣୀ । ବିଜେପି ପାର୍ଟି ଅଫିସ ଛାତିରେ ଛିଡ଼ା ହୋଇ କାଳୁ ଖଣ୍ଡାୟତ ରାୟ ଅଲଟିମେଟମ ଶୁଣାଇଦେଇଛନ୍ତି । କାଳୁ କହିଛନ୍ତି, ୫ ବର୍ଷ ହେଲା କାମ କରିଛି ଟିକେଟ୍ ନେଇକି ହିଁ ରହିବି । ମୁଁ ସାଧାରଣ ଲୋକ, ଝାଳବୁହା ପରିଶ୍ରମ କରିଛି । ଟିକେଟ୍ ନମିଳିଲେ ଯାହା ହେବ ସମସ୍ତେ ଜାଣିଛ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!