Monday, July 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନିର୍ବନ୍ଧକୁ ସ୍ମୃତିରେ ପରିଣତ କଲେ ମନୋଜ

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ସମେତ ବୃଦ୍ଧାଶ୍ରମକୁ ଅର୍ଥଦାନ

by Anil Panda
August 14, 2020
in Feature News, Nayagarh
ନିର୍ବନ୍ଧକୁ ସ୍ମୃତିରେ ପରିଣତ କଲେ ମନୋଜ
1.7k
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : କରୋନା ମହାମାରୀ ସମୟରେ ବଦଳିଛି ମାନସିକତା, ବଦଳିଛି ବିବାହ କରିବାର ଆୟୋଜନ । ଗତ କିଛିଦିନ ତଳେ ଏକ ଦମ୍ପତ୍ତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଦର୍ଶ ବିବାହ କରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କରିଥିବା ବେଳେ ଆଜି ଜଣେ ଆଗ୍ରହୀ ଯୁବ ନେତା ତାଙ୍କ ନିର୍ବନ୍ଧକୁ ସ୍ମୃତି ଭାବେ ସାଇତିବା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ସମେତ ବୃଦ୍ଧାଶ୍ରମକୁ ଅର୍ଥଦାନ କରିଥିବା ଜଣାଯାଇଛି । ସୂଚନାନୁସାରେ, ନୟାଗଡ଼ ସଦରବ୍ଲକ ଅନ୍ତର୍ଗତ ବାଲୁଗାଁର ସୁରେନ୍ଦ୍ର ନାୟକଙ୍କ ପୁଅ ମନୋଜ କୁମାର ନାୟକ ଜଣେ ଯୁବ ନେତା ଭାବେ ପରିଚିତ । ସେ ନୟାଗଡ଼ ବ୍ଲକ ବିଜୁ ଯୁବ ବାହିନୀ କୋଅଡିନେଟର୍ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ବିବାହ ନୂଆଗାଁ ବ୍ଲକ ଡାଳିଆମଡ଼ା ଗ୍ରାମର କୃଷ୍ଣଚନ୍ଦ୍ର ସ୍ୱାଇଁଙ୍କ ଝିଅ ପ୍ରଜ୍ଞା ପାରମିତାଙ୍କ ସହ ସ୍ଥିର ହୋଇଛି । ଆଜି ତାଙ୍କର ନିର୍ବନ୍ଧ ଅବସରରେ ସେ ନୟାଗଡ଼ ଉପଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିଥିବା ବେଳେ ନୟାଗଡ଼ ନିକଟସ୍ଥ ବୃଦ୍ଧାଶ୍ରମ ସମର୍ପଣକୁ ୫ ହଜାର ଟଙ୍କାର ଅର୍ଥଦାନ କରିଛନ୍ତି । ଏଥିସହିତ ତପସ୍ୟା ଶୃଶୁ ଗୃହକୁ ୫ ହଜାର ଟଙ୍କା ସହାୟତା ଦେବାକୁ ସେ ସ୍ଥିର କରିଥିବା କହିଛନ୍ତି । ମନୋଜଙ୍କ ଏଭଳି କାର୍ଯ୍ୟକୁ ବିଜୁ ଜନତା ଦଳ ଯୁବ ସଭାପତି ରମେଶ ସାହୁ, ବିଜୁ ଯୁବ ବାହିନୀ ଜିଲ୍ଲା କୋଅଡିନେଟର୍ ଦୁର୍ଯ୍ୟୋଧନ ବେହେରାଙ୍କ ସମେତ ବହୁ ବୁଦ୍ଧିଜୀବୀ ପ୍ରଶଂସା କରିଥିବା ଜଣାଯାଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!