Wednesday, June 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଡ଼ଗାଁରେ ବିଜେଡି ପକ୍ଷରୁ କାର୍ଯ୍ୟକର୍ତ୍ତା ସମ୍ମିଳନୀ

by ସଞ୍ଜୟ ସ୍ୱାଇଁ
March 28, 2024
in Nayagarh, Politics
ଓଡ଼ଗାଁରେ ବିଜେଡି ପକ୍ଷରୁ କାର୍ଯ୍ୟକର୍ତ୍ତା ସମ୍ମିଳନୀ
348
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଓଡ଼ଗାଁ ରାମସାଗର କଲ୍ୟାଣମଣ୍ଡପ ଠାରେ ବିଜୁ ଜନତା ଦଳ ପକ୍ଷରୁ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ବ୍ଲକ ବିଜେଡି ସଭାପତି ସୂର୍ଯ୍ୟନାରାୟଣ ଚୌଧୁରୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ନୟାଗଡ଼ ବିଧାୟକ ପ୍ରାର୍ଥୀ ଅରୁଣ କୁମାର ସାହୁ,ପୁରୀ ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ,ବିଜେଡି ନେତ୍ରୀ ଇରାନୀ ରାୟ,ବିରଜାଲକ୍ଷ୍ମୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ନୟାଗଡ଼ ପ୍ରାର୍ଥୀ ଡ଼ ଅରୁଣ କୁମାର ସାହୁ ନୀତିଗତ ଲଢେଇରେ ବ୍ୟକ୍ତିଗତ ସ୍ତରକୁ ଯିବା ମୋର ଅଭ୍ୟାସ ନାହିଁ କିନ୍ତୁ ତାହା ଏବେ ଭାରତବର୍ଷରେ ଚାଲିଛି।ନୟାଗଡ଼ରେ ଏବେ କିଛି ଲକ୍ଷ୍ମୀ ଛଡା,ଗୋଷ୍ଠୀ ଛଡା ଓ ଘର ଛଡା ମାତିଛନ୍ତି ଏବଂ ନୟାଗଡ଼ ଜନସାଧାରଣ ତାଙ୍କୁ ପ୍ରତ୍ୟାଖାନ କରିଛନ୍ତି ଓ ସେମାନେ ହାରିବାଟା ଥୟ ବୋଲି କହିଥିଲେ।ଠିକ ସେହିପରି ଅରୁପ ପଟ୍ଟନାୟକ ଜଣେ ଭଲ ମଣିଷ।ବିଗତ ୩୦ ବର୍ଷ ମଧ୍ୟରେ ସେ ଏକ କ୍ୟାନ୍ସର ଫାଉଣ୍ଡେସନ ସ୍ଥାପନ କରି ୧୦ ହଜାରରୁ ଉର୍ଦ୍ଧ୍ବ ରୋଗୀଙ୍କ ଚିକିତ୍ସା କରିଛନ୍ତି ଓ କୋଭିଡ ମହାମାରୀ ସମୟରେ ୧ ହଜାରରୁ ଉର୍ଦ୍ଧ୍ବ ଅଚିହ୍ନା ଶବକୁ ବ୍ୟବଚ୍ଛେଦ କରି ନିଜ ମହନୀୟତାର ପରିଚୟ ଦେଇଛନ୍ତି।ତେଣୁ ଆଗାମୀ ଦିନରେ ଡବଲ ଶଙ୍ଖରେ ଭୋଟ ଦେଇ ଶହେ ଶହେରେ ଜିତାଇବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଶର ଦୀର୍ଘତମ ଶାସନ କରିଥିବା ମୁଖ୍ୟମନ୍ତ୍ରୀ ରୂପେ ପରିଗଣିତ କରିବା ପାଇଁ କର୍ମୀଙ୍କୁ ଆହ୍ଵାନ ଦେଇଥିଲେ।ଏହି ଅବସରରେ ସଦ୍ୟ ସଦ୍ୟ ଭାଜପା ଛାଡି ବିଜୁ ଜନତା ଦଳରେ ସାମିଲ ହୋଇଥିବା ଇରାନୀ ରାୟ ଡ଼ ଅରୁଣ କୁମାର ସାହୁ ଓଡିଶା ରାଜନୀତିର ଭୀଷ୍ମ ପିତାମହ କହି ସମ୍ବୋଧନ କରିବା ସହ ବିଜେପି ଦଳର ବାପା ମା’ କେହି ନାହାନ୍ତି ବୋଲି କଟାକ୍ଷ କରିଥିଲେ।ଠିକ ସେହିପରି ପୁରୀ ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ ଅରୁଣ କୁମାର ସାହୁଙ୍କ ଠାରୁ ସମୟାନୁବର୍ତ୍ତିତା ଗୁଣ ଶିଖିବାର ଆବଶ୍ୟକତା ଅଛି।ପୁଲିସ ଚାକିରୀ ସମୟରେ ସାଇଜ କରୁଥିବାବେଳେ ଏବେ ଲୋକଙ୍କ ସେବା କରିବାକୁ ଆସିଛି ବୋଲି କହିଥିଲେ।ଠିକ ସେହିପରି ୪୦ ହଜାରରୁ ଉର୍ଦ୍ଧ୍ବ ଭୋଟରେ ଅରୁଣ ବିଜୟ ହାସଲ କରିବେ ବୋଲି ସୂର୍ଯ୍ୟନାରାୟଣ ଚୌଧୁରୀ କହିଥିଲେ।ଏହି ଅବସରରେ ଭାରତୀୟ ଜନତା ପାର୍ଟି ଛାଡି କେନ୍ଦୁପଡା ଗ୍ରାମର ୧୭ ପରିବାର ଓ ବହୁ ମହିଳା ନେତ୍ରୀ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ।ସମସ୍ତଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ କରାଯାଇଥିଲା ଓ ଆଗାମୀ ଦିନରେ ଦଳ ପାଇଁ କାର୍ଯ୍ୟ କରିବାକୁ ଶପଥ ନେଇଥିଲେ।ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ,ସମବାୟ ସଭାପତି ବିଭୁପ୍ରସାଦ ସାହୁ,ନିତ୍ୟାନନ୍ଦ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!