Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଡ୍ରଗ୍ସ ଚାଲାଣ କରୁଥିବା ବେଳେ ଧରା ପଡ଼ିଲେ ଜାତୀୟସ୍ତରର ରେସଲର୍‌

by ସଞ୍ଜୟ ସ୍ୱାଇଁ
March 28, 2024
in Crime, NATIONAL NEWS
ଡ୍ରଗ୍ସ ଚାଲାଣ କରୁଥିବା ବେଳେ ଧରା ପଡ଼ିଲେ ଜାତୀୟସ୍ତରର ରେସଲର୍‌
71
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): ମର୍ସିଡିଜ୍‌ରେ ନିଶା ଦ୍ରବ୍ୟ ଚାଲାଣା କରୁଥିବା ବେଳେ ଜାତୀୟ ସ୍ତରର ଜଣେ ରେସଲର ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରାଯାଇଛି। ଉତ୍ତର ଦିଲ୍ଲୀରୁ ଏମାନଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ଡ୍ରଗ୍ସ ଜବତ କରାଯାଇଛି। ପୁଲିସ୍‌ କହିଛି ଯେ ଡ୍ରଗ୍‌ ଚାଲାଣକାରୀମାନେ ହିମାଚଳ ପ୍ରଦେଶର ଗୋଟିଏ ଗାଁରୁ ମଲାନା କ୍ରିମ କିଣୁଥିଲେ। ଏହାକୁ ଦିଲ୍ଲୀ ଓ ଦେଶର ବିଭିନ୍ନ ରାଜ୍ୟରେ ବିକ୍ରି କରୁଥିଲେ। ଏହିକ୍ରମରେ ଏବେ ସେମାନେ ସମାନ ପଦକ୍ଷେପ ନେବାକୁ ଯୋଜନା କରିଥିଲେ। ବିଶେଷ ସୂତ୍ରରୁ ଦୁଇ ନିଶା ଦ୍ରବ୍ୟ ଚାଲାଣକାରୀ ୱାଜିରାବାଦ ଫ୍ଲାଏଓଭର ନିକଟକୁ ଆସୁଥିବା ଖବର ମିଳିଥିଲା। ଏହି ସୂଚନା ମିଳିବା ପରେ ପୁଲିସ୍‌ ଆଲର୍ଟ ମୋଡକୁ ଚାଲି ଆସିଥିଲା। ନିଶା ବେପାରୀଙ୍କୁ ଧରିବା ପାଇଁ ଯୋଜନା କରାଯାଇଥିଲା ଓ ଗୋଟିଏ ମର୍ସିଡିଜ୍‌ କାର୍‌କୁ ଯାଞ୍ଚ ପାଇଁ ଅଟକା ଯାଇଥିଲା। କାର୍‌ ଭିତରେ ଦୁଇ ଜଣ ଯୁବକ ବସିଥିଲେ। ଜଣେ ହେଲେ ହନୁମନ୍ତେ ଓ ଆଉ ଜଣେ ହେଲେ ଆନନ୍ଦ ଅହମଦ। ହନୁମନ୍ତେଙ୍କ ଘର ସିଭିଲ ଲାଇନ୍ସରେ ଓ ଅହମଦ ଜାମିଆ ନଗରର ବାସିନ୍ଦା। ସେମାନଙ୍କ ଠାରୁ ୧୦ ଲକ୍ଷ ଟଙ୍କାର ଡ୍ରଗ୍ସ ପୁଲିସ୍‌ ଜବତ କରିଛି। ଇନସପେକ୍ଟର ସନ୍ଦୀପ ତୁଶିରଙ୍କ ନେତୃତ୍ୱରେ ଗଠିତ ଟିମ ଦୁଇ ଯୁବକଙ୍କୁ ଗିରଫ କରିଛି। ହନୁମନ୍ତେ କହିଛନ୍ତି ଯେ ସେ ଜୟପୁରରୁ ଗ୍ରାଜ୍ୟୁଏଟ କରିଛନ୍ତି। ରେସଲିଂରେ ସେ ଏକଦା ଜୁନିୟର ଅନ୍ତର୍ଜାତୀୟ ଇଭେଣ୍ଟ ଓ ଜାତୀୟ ସୁପର ହେଭିୱେଲ ବର୍ଗରେ ଲଢ଼େଇ କରିଥିଲେ। ତେବେ ୨୦୧୪ରେ ସେ ଆହତ ହେବାରୁ ତାଙ୍କ ଜୀବନର ଗତିପଥ ବଦଳି ଯାଇଥିଲା। ଆହତ ସମସ୍ୟା ଦେଇ ଗତି କରିବା ବେଳେ ସେ ନିଶା ସେବନ କରୁଥିବା ଲୋକଙ୍କ ହାବୁଡ଼ରେ ପଡ଼ିଥିଲା। ଶେଷରେ ସେ ଧଳା ଜହର ନେବା ଆରମ୍ଭ କରିଥିଲେ। ପ୍ରଥମେ ସେ ଦିଲ୍ଲୀରୁ ଡ୍ରଗ୍ସ କିଣୁଥିଲେ। କିନ୍ତୁ ଏଠାରେ ଅଧିକ ଟଙ୍କାରେ ଧଳା ଜହର ବିକ୍ରି ହେଉଥିଲା। ତେଣୁ ସେ ସିଧାସଳଖ ହିମାଚଳ ପ୍ରଦେଶରରୁ ଡ୍ରଗ୍ସ କିଣିବାକୁ ନିଷ୍ପତ୍ତି ନେଇଥିଲେ। ସେ ମଲାନାରୁ ନିଜ ପାଇଁ ଓ କିଛି ଡ୍ରଗ୍ସ ବିକ୍ରି କରିବା ପାଇଁ ଆଣିଥିବା ପୁଲିସ୍‌ ଆଗରେ ସ୍ୱୀକାର କରିଛନ୍ତି। ଅନ୍ୟପକ୍ଷରେ ଅହମଦ ଜଣେ କାର ମେକାନିକ ଓ ତାଙ୍କର ଗୋଟିଏ ଗ୍ୟାରେଜ ମଧ୍ୟ ରହିଥିଲା। ଲକଡାଉନ ବେଳେ ସେ ହନୁମନ୍ତେଙ୍କୁ ଭେଟିଥିଲେ ଓ ଅଧିକ ଟଙ୍କା ଆୟ କରିବା ଲୋଭରେ ସେ ବେଆଇନ ନିଶାଦ୍ରବ୍ୟ କାରବାର ଚାଲାଣରେ ସାମିଲ ହୋଇଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!