ନୟାଗଡ଼, (ବାଘୁଆବାର୍ତ୍ତା) : ଗତକାଲି ସୁଦ୍ଧା ଜିଲ୍ଲାରେ ୧୨୬୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜିର ୭୫କୁ ମିଶାଇ ମୋଟ ସଂଖ୍ୟା ୧୩୩୬ ବୋଲି ଜଣାଯାଇଛି । ଫଳରେ ଅଗଷ୍ଟ ପ୍ରଥମ ୧୪ ଦିନରେ ଜିଲ୍ଲାରେ ୭୦୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ପଷ୍ଟ ହୋଇଛି । ଜିଲ୍ଲାରେ ଜୁଲାଇ ୩୧ ତାରିଖ ସୁଦ୍ଧା ଆକ୍ରାନ୍ତ ସଂଖ୍ୟା ୬୨୮ ରହିଥିଲା । ଆଜି ଚିହ୍ନଟ ହୋଇଥିବା ୭୫ ଜଣ ଆକ୍ରାନ୍ତ ସ୍ଥାନୀୟ ସଂକ୍ରମିତ ବୋଲି ଜଣାଯାଇଛି । ଏମାନଙ୍କ ମଧ୍ୟରେ ଭାପୁର ବ୍ଲକରୁ ୪ ଜଣ, ଦଶପଲ୍ଲା ବ୍ଲକରୁ ୧୨ ଜଣ, ଗଣିଆ ବ୍ଲକରୁ ଜଣେ, ଖଣ୍ଡପଡ଼ା ବ୍ଲକରୁ ୪ ଜଣ, ନୟାଗଡ଼ ବ୍ଲକରୁ ୯ ଜଣ, ନୂଆଗାଁ ବ୍ଲକରୁ ୪ ଜଣ, ଓଡ଼ଗାଁ ବ୍ଲକରୁ ୧୫ ଜଣ, ରଣପୁର ବ୍ଲକରୁ ୨୧ ଜଣ ଏବଂ ନୟାଗଡ଼ ପୈାରାଞ୍ଚଳରୁ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।






