ଭୂବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ଭୟାବହ ଭାବେ ବଢ଼ି ଚାଲିଛି । ରାଜ୍ୟରେ ନୂଆ ୧୯୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪ ହଜାର ୬୩୦ରେ ପଂହଚିଛି । ସେଥିମଧ୍ୟରେ ୧୨୪୧ ଜଣ ସଂଗରୋଧ କେନ୍ଦ୍ରରେ ରହିଥିବା ବେଳେ ୭୩୬ ଟି ବାହ୍ୟ ପଜେଟିଭ ବୋଲି ସୂଚନା ମିଳିଛି । ସେଥିମଧ୍ୟରେ ଅନୁଗୁଳ ୨, ବାଲେଶ୍ୱର ୫୬, ବରଗଡ଼ ୨୨, ଭଦ୍ରକ ୧୧୮, ବଲାଙ୍ଗିର ୭, ବୈାଦ୍ଦ ୫, କଟକ ୧୦୧, ଦେଓଗଡ଼ ୨, ଢେଙ୍କାନାଳ ୪୦, ଗଂଜାମ ୨୮୦, ଗଜପତି ୯୩, ଜଗତସିଂହପୁର ୩୪, ଯାଜପୁର ୬୯, ଝାରସୁଗୁଡ଼ା ୧୧, କଳାହାଣ୍ଡି ୪୮, କନ୍ଧମାଳ ୬୦, କେନ୍ଦ୍ରାପଡ଼ା ୬, କେନ୍ଦୁଝର ୧୦, ଖୋର୍ଦ୍ଧା ୩୩୨, କୋରାପୁଟ ୯୦, ମାଲକାନଗିରି ୫୨, ମୟୁରଭଂଜ ୧୨୦, ନବରଂଗପୁର ୧୭, ନୟାଗଡ଼ ୭୫, ନୂଆପଡ଼ା ୨୦, ପୁରୀ ୮୩, ରାୟଗଡ଼ା ୭୦, ସମ୍ବଲପୁର ୫୯, ସୋନପୁର ୭, ସୁନ୍ଦରଗଡ଼ ୮୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୬୩୩୫ ଟି ମାମଲା ସକ୍ରିୟ ରହିଥିବା ୩୭୯୦୦ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ।






