ଭୁବନେଶ୍ୱର, (ବାଘୁଆବାର୍ତ୍ତା) : ସରକାରଙ୍କ ୫ଟିର କଡ଼ା ଆଭିମୁଖ୍ୟ ଆଜି ଦେଖିବାକୁ ମିଳିଛି । ଆୟୁଷ ନିର୍ଦ୍ଦେଶକ ବିଭୂ ପ୍ରସାଦ ଷଡ଼ଙ୍ଗୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର। ଓଏଏସ ବିଭୂ ଷଡ଼ଙ୍ଗୀ ସ୍ୱତନ୍ତ୍ର ସଚିବ ପାହ୍ୟା ଅଫିସର ଥିଲେ। ପୂର୍ବରୁ ବିଭୂଙ୍କ ନାଁରେ ମହିଳା ସହକର୍ମୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ଥିଲା। ଜୁଲାଇ ୯ ତାରିଖରେ ବିଭୂଙ୍କୁ ଗିରଫ କରିଥିଲା ମହିଳା ଥାନା ପୁଲିସ। ଏହାକୁ ନେଇ ସେ ବିବାଦରେ ଫସି ରହିଥିଲେ। ସେ ଗିରଫ ହେବାରୁ ତାଙ୍କୁ ସରକାର ଚାକିରିରୁ ନିଲମ୍ବିତ କରିଥିଲେ । ଯୁବତୀଙ୍କୁ ଅଶ୍ଳୀଳ ମେସେଜ୍ ଓ ଭିଡିଓ ପଠାଇ ବିବାଦରେ ଛନ୍ଦି ହୋଇଥିବା ରସିକିଆ ଓଏସଏସ୍ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର । ଅଭିଯୁକ୍ତ ଆୟୁଷ ନିର୍ଦ୍ଦେଶକ ବିଭୁପ୍ରସାଦ ଷଡ଼ଙ୍ଗୀଙ୍କୁ ତାଙ୍କ ପଦବିରୁ ନିଲମ୍ବିତ କରିଥିଲେ ଏବେ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ରାଜ୍ୟ ସାଧାରଣ ଓ ପ୍ରଶାସନ ବିଭାଗ ନିର୍ଦ୍ଦେଶରେ ତାଙ୍କୁ ନିର୍ଦ୍ଦେଶକ ପଦରୁ ହଟାଇ ଦିଆଯାଇଥିଲା। ସୂଚନା ମୁତାବକ, ବିଭାଗର ସର୍ବୋଚ୍ଚ ପଦବିରେ ଥିବା ଶ୍ରୀ ଷଡ଼ଙ୍ଗୀ ତାଙ୍କ କ୍ଷମତାର ଅପବ୍ୟବହାର କରୁଥିଲେ ବୋଲି ଅଭିଯୋଗ ହୋଇଥିଲା ।





