Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଐତିହାସିକ ରେକର୍ଡ କଲେ କେ ମେଣ୍ଡିସ୍‌

by ସଞ୍ଜୟ ସ୍ୱାଇଁ
March 25, 2024
in NATIONAL NEWS, Sports, WORLD
ଐତିହାସିକ ରେକର୍ଡ କଲେ କେ ମେଣ୍ଡିସ୍‌
207
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): ଟେଷ୍ଟ କ୍ରିକେଟର ୧୪୭ ବର୍ଷ ଇତିହାସ ମଧ୍ୟରେ ଯାହା ଘଟି ନଥିଲା, ସେଭଳି କିଛି ଏବେ ଘଟିଛି। ଶ୍ରୀଲଙ୍କା ଟିମର ଅଲରାଉଣ୍ଡର କାମିନ୍ଦୁ ମେଣ୍ଡିସ ଟେଷ୍ଟ କ୍ରିକେଟ ଇତିହାସର ପ୍ରଥମ ଖେଳାଳି ଭାବେ ବିରାଟ ରେକର୍ଡ କରିଛନ୍ତି। ସେ ବିଶ୍ୱର ପ୍ରଥମ ଖେଳାଳି ଭାବେ ୭ନଂ କିମ୍ବା ତା’ଠା ନିମ୍ନରେ ବ୍ୟାଟିଂ କରି ଟେଷ୍ଟ ମ୍ୟାଚର ଉଭୟ ଇନିଂସରେ ଶତକ ହାସଲ କରିଛନ୍ତି। ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟର ତୃତୀୟ ଦିନରେ ତାଙ୍କ ନାଁରେ ଏହି ରେକର୍ଡ ଯୋଡ଼ି ହୋଇଯାଇଛି। ମେଣ୍ଡିସ୍ ପ୍ରଥମ ଇନିଂସରେ ୧୦୨ ରନ ଓ ଦ୍ୱିତୀୟ ଇନିଂସରେ ୧୬୪ କରିଛନ୍ତି। ମେଣ୍ଡିସଙ୍କ ବ୍ୟତୀତ ଧନଞ୍ଜୟ ଡି’ସିଲଭା ମଧ୍ୟ ଉକ୍ତ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିଥିଲେ। ବିଶ୍ୱର ତୃତୀୟ ଯୋଡ଼ି ଭାବେ ମେଣ୍ଡିସ ଓ ଧନଞ୍ଜୟ ଏପରି କୀର୍ତ୍ତିମାନ ହାସଲ କରିଛନ୍ତି। ଏମାନଙ୍କ ପୂର୍ବରୁ ଗ୍ରେଗ ଚାପେଲ-ଇଆନ ଚାପେଲ(ଅଷ୍ଟ୍ରେଲିଆ) ଓ ମିଶବା ଉଲ ହକ ଓ ଆଝାର ଅଲୀ(ପାକିସ୍ତାନ) ଗୋଟିଏ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିଥିଲେ। ଧନଞ୍ଜୟ ଓ ମେଣ୍ତିସଙ୍କ ଶତକ ଯୋଗୁ ଶ୍ରୀଲଙ୍କା ଘରୋଇ ଟିମ ବାଂଲାଦେଶକୁ ମ୍ୟାଚ୍ ଜିତିବା ପାଇଁ ୫୧୧ ରନର ଟାର୍ଗେଟ ଦେଇଛି। ଦ୍ୱିତୀୟ ଇନିଂସରେ ଶ୍ରୀଲଙ୍କା ୪୧୮ ରନ କରି ଅଲଆଉଟ ହୋଇଯାଇଛି। ୫୧୧ ରନର ଟାର୍ଗେଟ ପାଇଥିବା ବାଂଲାଦେଶ ୪୭ ରନରେ ୫ ୱିକେଟ ହରାଇ ସଙ୍କଟରେ ପଡ଼ିଛି। ବିଶ୍ୱ ଫର୍ଣ୍ଣାଡୋ ୧୩ ରନରେ ୩ଟି ୱିକେଟ ନେଇଥିବା ବେଳେ କସୁନ ରଜିତା ଓ ଲାହିରୁ କୁମାର ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!