Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଜଧାନୀରେ ଲୁଟୁଥିଲେ, ଭିଆଇପି ହୋଟେଲ୍‌ରେ ରହୁଥିଲେ

by ସଞ୍ଜୟ ସ୍ୱାଇଁ
March 24, 2024
in Crime, State
ରାଜଧାନୀରେ ଲୁଟୁଥିଲେ, ଭିଆଇପି ହୋଟେଲ୍‌ରେ ରହୁଥିଲେ
160
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜଧାନୀ ଭୁବନେଶ୍ୱରରେ ଲୁଟୁଥିଲେ। ଆଉ ସେହି ଟଙ୍କାରେ ଅୟସ୍‌ କରୁଥିଲେ। ବିମାନରେ ଯିବାଆସିବା କରୁଥିଲେ। ମୁମ୍ୱାଇ ବୁଲିବାକୁ ଯାଇ ତାଜ୍‌ ହୋଟେଲ୍‌ରେ ରହୁଥିଲେ। ଏମିତି ଜଣେ କୋଟିପତି ଲଗ୍‌ଜୁରିୟସ୍‌ ଲୁଟେରା ହେଉଛନ୍ତି ପର୍ଶୁରାମ ଗିରି। ସେ ଆଜି ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌ ହାତରେ ଧରା ପଡ଼ିଛନ୍ତି। ରାଜଧାନୀରେ ଚେକିଂ ବ୍ଲକିଂ ବେଳେ ପୁଲିସ୍‌ର ଚକ୍ରବ୍ୟୁହରା ଫଶିଯାଇଛନ୍ତି ପର୍ଶୁରାମ। ପୁଲିସ୍‌ ତାଙ୍କଠାରୁ ଲକ୍ଷାଧିକ ଟଙ୍କା ଓ ଗହଣା ଜବତ କରିଛି। ପର୍ଶୁରାମ ଗିରି ନବମ ଫେଲ୍‌। ତାଙ୍କ ଘର ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ। ୨୦୦୬ ମସିହାରେ ଜେଲ୍‌ ଯାଇଥିଲେ। ପତ୍ନୀ ଆତ୍ମହତ୍ୟା ମାମଲାରେ ସେ ପ୍ରଥମର ଥର ପାଇଁ ଜେଲ୍‌ ଯାଇଥିଲେ। ତା’ପରେ ସେ ଅପରାଧ ଦୁନିଆରେ ପାଦ ଥାପି ଥିଲେ। ଜେଲ୍‌ରୁ ବାହାରି ଆସିବା ପରେ ଚାଲି ଆସିଥିଲେ ରାଜଧାନୀ ଭୁବନେଶ୍ୱର। ଲୁଟ୍‌ ପାଇଁ ରଚିଲେ ଯୋଜନା। ପୂରା ରାଜଧାନୀରେ ଘୂରି ବୁଲିଲେ। ଆଉ ଖାଲି ଘର ଦେଖି ରାତିର ଅଧରେ ଗ୍ରୀଲ୍‌ ଭାଙ୍ଗି ଘରୁ ଲୁଟ୍‌ କରିବା ଆରମ୍ଭ କରିଥିଲେ। ଲୁଟ୍‌ରେ ତାଙ୍କର ନଥିଲା ବାଛ ବିଚାର। ସାଧାରଣ ଘର ହେଉ ବା ଆପାର୍ଟମେଣ୍ଟ, ସୁବିଧା ଦେଖିଲେ କଳାକନା ବୁଲାଇ ଦେଉଥିଲେ। ପର୍ଶୁରାମ ଜଣେ ନିଆରା ଚୋର ଥିଲେ। ଚୋରି ପାଇଁ ଓଲା ବା ଓବେରରେ ଯାଉଥିଲେ। ଚୋରି ସମୟରେ ଖାଲି ପାଦରେ ଚାଲୁଥିଲେ। ମୋବାଇଲ୍‌କୁ ଫ୍ଲାଇଟ୍‌ ମୋଡ୍‌ରେ ରଖୁଥିଲେ। କାହାର ଝରକା ତାଡୁଥିଲେ ତ ଆଉ କାହାର ଗ୍ରୀଲ୍‌ ତାଡି ଲୁଟ୍‌ କରୁଥିଲେ। ସେ କେବଳ ଅଳଙ୍କାର(ସୁନା ଓ ରୁପ) ଏବଂ ନଗଦ ଟଙ୍କା ନେଇଯାଉଥିଲା। ଅଳଙ୍କାରକୁ ବଣିଆକୁ ବିକି ଦେଉଥିଲେ। ଟଙ୍କା ଓ ଅଳଙ୍କାର ଛଡ଼ା ଅନ୍ୟ କିଛି ଚୋରି କରୁନଥିଲେ। ଚୋରି ଟଙ୍କାରେ ଅୟସ୍‌ କରୁଥିଲେ ପର୍ଶୁରାମ। ହାଇଫାଇ ହୋଟେଲ୍‌ରେ ଖାଉଥିଲେ। ବଡ଼ ଆପାର୍ଟମେଣ୍ଟରେ ରହୁଥିଲେ। ଭ୍ରମଣରେ ମୁମ୍ୱାଇ ଯାଇଥିବା ବେଳେ ତାଜ ହୋଟେଲ୍‌ ରହୁଥିଲେ। ସେହିପରି କୋଲକାତା, ଗୋଆ ପରି ବଡ଼ ବଡ଼ ସହରରେ ଥିବା ଲଗ୍‌ଜୁରିୟସ୍‌ ହୋଟେଲରେ ସମୟ ଅତିବାହିତ କରୁଥିଲେ। ସେ ନିୟମିତ ବିମାନରେ ଯିବା ଆସିବା କରୁଥିଲେ। ଲୁଟ୍‌ ଟଙ୍କାରେ ସେ ଗାଁ ଅର୍ଥାତ ସୋରରେ ଘର ତିଆରି କରିବା ସହିତ ଜମିବାଡ଼ି କିଣିଥିଲେ। ଭୁବନେଶ୍ୱରରେ ଘର ନିର୍ମାଣ କରି ଭଡ଼ାରେ ଲଗାଇଥିବା ଜଣାପଡ଼ିଛି। ବର୍ଷକ ଭିତରେ ରାଜଧାନୀରେ ସେ ୨୧ଟି ଲୁଟ୍‌ କରିଛନ୍ତି। ଅତି ଚତୁରତାର ସହ ଲୁଟ୍‌ କରୁଥିବାରୁ ଧରା ପଡ଼ୁନଥିଲେ ପର୍ଶୁରାମ। କମିଶନରେଟ୍‌ ପୁଲିସ୍‌ ମଧ୍ୟ ତାଙ୍କୁ ଧରିବାରେ ସଫଳ ହେଉନଥିଲା। ହେଲେ ଆଜିକାଲି ପର୍ଶୁରାମଙ୍କ ବେଳା ଭଲ ନଥିଲା। ରାଜଧାନୀରେ ଚେକିଂ ବ୍ଲକିଂ ବେଳେ ପୁଲିସ୍‌ର ଚକ୍ରବ୍ୟୁହରେ ଫସି ଗଲେ ପର୍ଶୁରାମ। କମିଶନରେଟ୍‌ ତାଙ୍କୁ ଗିରଫ କରି ଇତିହାସ ଯାଞ୍ଚ କଲା ବେଳେ ସବୁ କଥା ଜଣାପଡ଼ିଥିଲା। ତା’ପରେ ରାଜଧାନୀ ଲୁଟ୍‌ର ପର୍ଦ୍ଦାଫାସ୍‌ ହୋଇଥିଲା। ସେ ୨୦୧୩ ମସିହାରୁ ବିଭିନ୍ନ ଥାନା ଅଞ୍ଚଳରେ ଲୁଟ୍‌ କରୁଥିବା ଜଣାପଡ଼ିଛି। ଏଥିପାଇଁ ସେ ୫ ଥର ଗିରଫ ହୋଇ ଜେଲ୍‌ ଯାଇଥିଲେ। ପରବର୍ତ୍ତୀ ସମୟରେ ଜେଲ୍‌ରୁ ବାହାରି ଲୁଟ୍‌ କରୁଥିଲେ। ତା’ର କୌଣସି ଗ୍ୟାଙ୍ଗ ନଥିଲେ। ସେ ଏକା ଏକା ଲୁଟ୍‌ କରୁଥିଲା ବୋଲି ପୁଲିସ୍‌ କହିଛି। ପୁଲିସ୍‌ ତାଙ୍କଠାରୁ ନଗର ପ୍ରାୟ ୨୧ ଲକ୍ଷ ଟଙ୍କା, ୭୦୦ ଗ୍ରାମ ସୁନା ଅଳଙ୍କାର, ୭ କେଜି ରୁପା ଅଳଙ୍କାର, ୨ଟି ବାଇକ୍‌ ଓ ଗୋଟିଏ ମୋବାଇଲ ଜବତ କରିଛି। ପୁଲିସ କମିଶନର ସଞ୍ଜୀବ ପଣ୍ଡାଙ୍କ କହିବା ଅନୁସାରେ ଗିରଫ ବ୍ୟକ୍ତଙ୍କ ନାଁରେ ଭୁବନେଶ୍ୱରରେ ବିଭିନ୍ନ ଥାନାରେ ୫୦ରୁ ଅଧିକ ମାମଲା ରହିଛି। ୨୦୨୩-୨୪ ବର୍ଷରେ ତାଙ୍କ ନାଁରେ ବଡ଼ଗଡ଼ରେ ୩ଟି, ପାହାଳରେ ୩ଟି, ମଞ୍ଚେଶ୍ୱରରେ ୨ଟି, ସହିଦ ନଗରରେ ୨ଟି, ଲକ୍ଷ୍ମୀସାଗରରେ ୪ଟି, ଧଉଳିରେ ୪ଟି ଓ ଲିଙ୍ଗରାଜ ଥାନା ଅଞ୍ଚଳରୁ ୩ଟି ମାମଲା ରହିଛି। ଅଧିକ ତଦନ୍ତ ଚାଲିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!