ଭୂବନେଶ୍ୱର,(ବାଘୁଆବାର୍ତ୍ତା): କେନ୍ଦ୍ର ଆୟୂଷ ମନ୍ତ୍ରୀ ଶ୍ରୀପଦ ନାଏକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ନାଏକ ଦେଇଥିବା ସୂଚନା ଅନୁଯାୟୀ ଗତକାଲି ତାଙ୍କର କୋଭିଡ୍-୧୯ ପରୀକ୍ଷା କରାଯାଇଥିଲା। ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା। ତେବେ ତାଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଉ ନଥିଲା। ତାଙ୍କ ଶରୀରର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ସ୍ୱାଭାବିକ ଭାବେ କାର୍ଯ୍ୟ କରୁଛି। ତେଣୁ ସେ ହୋମ୍ ଆଇସୋଲେସନ୍ରେ ଅଛନ୍ତି। ଏହା ସହିତ ଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ କୋଭିଡ୍-୧୯ ପରୀକ୍ଷା କରାଇ ନେବାକୁ ଓ ଆବଶ୍ୟକ ସର୍ତ୍ତକମୂଳକ ପଦକ୍ଷେପ ନେବାକୁ ମନ୍ତ୍ରୀ ଶ୍ରୀ ନାଏକ ପରାମର୍ଶ ଦେଇଛନ୍ତି।






