Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଇପିଏଲ୍‌ରେ ଛକା ମାରିବାରେ ରେକର୍ଡ କଲେ ରସେଲ

by ସଞ୍ଜୟ ସ୍ୱାଇଁ
March 24, 2024
in NATIONAL NEWS, Sports
ଆଇପିଏଲ୍‌ରେ ଛକା ମାରିବାରେ ରେକର୍ଡ କଲେ ରସେଲ
149
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): ଶନିବାର (ଗତକାଲି) କୋଲକାତାର ଇଡେନ୍ ଗାର୍ଡେନ୍‌ସରେ ଚଳିତ ଆଇପିଏଲ୍‌ର ତୃତୀୟ ମ୍ୟାଚ୍ କୋଲକାତା ନାଇଟ୍ ରାଇଡର୍ସ (KKR) ଓ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ମଧ୍ୟରେ ଖେଳା ଯାଇଥିଲା। ଏଥିରେ KKR ୪ ରନ୍‌ରେ ବିଜୟୀ ହୋଇଥିଲା। ଏହି ମ୍ୟାଚ୍‌ରେ KKRର ଆନ୍ଦ୍ରେ ରସେଲ ଏକ ସୁନ୍ଦର ପାଳି ଖେଳିବା ସହିତ ନିଜ ନାଁରେ ଏକ ରେକର୍ଡ ଯୋଡ଼ିଥିଲେ। ଆଇପିଏଲ୍‌ରେ ୨୦୦ଟି ଛକା ମାରିବାରେ ରସେଲ ପାଲଟି ଯାଇଛନ୍ତି ଦ୍ରୁତତମ ବ୍ୟାଟର। ୩୫ ବର୍ଷୀୟ ରସେଲ ଆଇପିଏଲ୍‌ରେ ୧୩୨୨ଟି ବଲ୍‌ ଖେଳି ୨୦୦ଟି ଛକା ମାରିଛନ୍ତି। ପୂର୍ବରୁ ଏହି ରେକର୍ଡ କ୍ରିସ୍ ଗେଲ୍‌ଙ୍କ ନାଁରେ ଥିଲା। ସେ ୧୮୧୧ଟି ବଲ୍‌ ଖେଳି ୨୦୦ଟି ଛକା ମାରିଥିଲେ। ଗତକାଲି KKRର ଇନିଂସର ୧୯ତମ ଓଭରରେ ଭୁବନେଶ୍ୱର କୁମାରଙ୍କ ବଲ୍‌ରେ ଏକ ଛକା ମାରି ରସେଲ ଏହି ରେକର୍ଡ ହାସଲ କରିଥିଲେ। ସେ ଅପରାଜିତ ରହି ୨୫ଟି ବଲ୍‌ରୁ ୬୪ ରନ୍ କରିଥିଲେ। ତା’ ମଧ୍ୟରେ ଥିଲା ୭ଟି ଛକା ଓ ୩ଟି ଚୌକା। ଆଇପିଏଲ୍‌ରେ ୨୦୦ ଛକା ମାରିଥିବା ତାଲିକାରେ ଆହୁରି ବହୁତ ଖେଳାଳି ଅଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ କେହି ରସେଲଙ୍କ ଭଳି ଏତେ କମ୍ ବଲରୁ ୨୦୦ ଛକା ମାରି ନାହାନ୍ତି। କିରଣ ପୋଲାର୍ଡ ୨୦୫୫ ବଲ୍ ଖେଳି ୨୦୦ ଛକା ମାରିଥିବା ବେଳେ ଏବି ଡି’ ଭିଲିୟର୍ସ ୨୭୯୦, ମହେନ୍ଦ୍ର ସିଂହ ଧୋନି ୩୧୨୬ ଓ ରୋହିତ ଶର୍ମା ୩୭୯୮ ବଲ୍‌ରୁ ୨୦୦ ଛକା ମାରିଛନ୍ତି। ସେହିଭଳି ବିରାଟ କୋହଲି, ଡାଭିଡ ୱାର୍ଣ୍ଣର ଓ ସୁରେଶ ରାଇନା ଆଇପିଏଲ୍‌ରେ ୨୦୦ ଛକା ମାରିଛନ୍ତି। ଗତକାଲି ସନ୍‌ରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। KKR ପ୍ରଥମେ ବ୍ୟାଟିଂ କରି ଫିଲ୍‌ ସଲ୍‌ଟଙ୍କ ୫୪ ରନ୍‌ (୪୦ ବଲ୍‌), ରମଣଦୀପ ସିଂହଙ୍କ ୩୫ (୧୭ ବଲ୍‌), ରିଙ୍କୁ ସିଂହଙ୍କ ୨୩ (୧୫ ବଲ୍‌) ଓ ଆନ୍ଦ୍ରେ ରସେଲଙ୍କ ଧୂଆଁଧାର ୬୪ ରନ୍‌ (୨୫ ବଲ୍‌) ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୨୦୮ ରନ୍ କରିଥିଲା। ଦଳ ୭ଟି ୱିକେଟ୍ ହରାଇଥିଲା। ଅଧିନାୟକ ଶ୍ରେୟସ ଆୟର ଖାତା ଖୋଲି ପାରି ନଥିଲେ। ଟି. ନଟରାଜନଙ୍କ ବଲ୍‌ରେ ସେ ପ୍ୟା ଟ୍ କମିନ୍‌ସଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ୨୦୯ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ମଧ୍ୟ ଭଲ ଖେଳିଥିଲା। ହେଲେ ଶେଷ ମୁର୍ହୂତ୍ତରେ ମ୍ୟାଚ୍‌କୁ ହାତଛଡ଼ା କରିଥିଲା। ଦଳ ୨୦ ଓଭରରେ ୭ ୱିକେଟ୍ ହରାଇ ୧୦୪ ରନ୍‌ରେ ଅଟକି ଯାଇଥିଲା। ଦଳ ପକ୍ଷରୁ ମୟଙ୍କ ଅଗ୍ରୱାଲ ୩୨, ଅଭିଷେକ ଶର୍ମା ୩୨, ରାହୁଲ ତ୍ରିପାଠୀ ୨୦, ହେନ୍‌ରିକ୍ କ୍ଲାସେନ୍ ୬୩ (୨୯ ବଲ୍, ୮ ଛକା), ଅବଦୁଲ ସମଦ ୧୫, ଶାହବାଜ ଅହମଦ ୧୬ ଓ ଏଡେନ୍ ମାର୍କରମ ୧୮ ରନ୍ କରିଥିଲେ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!