Wednesday, June 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମୋଦିଙ୍କ ବିରୋଧରେ କଂଗ୍ରେସରୁ ଲଢ଼ିବେ ଅଜୟ ରାୟ

by ସଞ୍ଜୟ ସ୍ୱାଇଁ
March 24, 2024
in NATIONAL NEWS, Politics
ମୋଦିଙ୍କ ବିରୋଧରେ କଂଗ୍ରେସରୁ ଲଢ଼ିବେ ଅଜୟ ରାୟ
145
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉତ୍ତର ପ୍ରଦେଶର ବାରାଣସୀରୁ ପ୍ରାର୍ଥୀ କରିଛି। ୨୦୧୪ ଓ ୨୦୧୯ରେ ମଧ୍ୟ ସେ ଏହି ଆସନରୁ ପ୍ରାର୍ଥୀ ହୋଇଥିଲେ ଓ ବିଜୟୀ ହୋଇଥିଲେ। ପ୍ରଧାନମନ୍ତ୍ରୀ ଏଥର ବାରାଣସୀରୁ ହ୍ୟାଟ୍ରିକ୍ ବିଜୟୀ ଲକ୍ଷ୍ୟ ରଖିଥିବା ବେଳେ ତାଙ୍କୁ ଟକ୍କର ଦେବାକୁ କଂଗ୍ରେସ ପୁଣି ଥରେ ଅଜୟ ରାୟଙ୍କୁ ଟିକେଟ ଦେଇଛି। ଅଜୟ ରାୟ ଏଥର ମଧ୍ୟ ମୋଦିଙ୍କ ବିରୋଧରେ ପ୍ରାର୍ଥୀ ହେବ। ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଅଜୟ ରାୟଙ୍କୁ ମୋଦିଙ୍କ ବିରୋଧରେ ବାରାଣସୀରୁ ପ୍ରାର୍ଥୀ କରିଥିଲା। ଦୁଇ ଥର ଯାକ ଅଜୟ ରାୟ ପରାସ୍ତ ହୋଇଥିଲେ। ତାହା ପୁଣି ତୃତୀୟ ସ୍ଥାନରେ ରହି। ୨୦୧୪ରେ ଏହି ଆସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ ଲକ୍ଷ ୮୧ ହଜାର ୨୨ ଖଣ୍ଡ ଭୋଟ୍ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ ଆପ୍ ନେତା ଅରବିନ୍ଦ କେଜ୍ରିୱାଲ ୨ ଲକ୍ଷ ୯ ହଜାର ୨୩୮ ଖଣ୍ଡ ଭୋଟ୍ ପାଇଥିଲେ। ଅନ୍ୟପକ୍ଷରେ ଅଜୟ ରାୟଙ୍କୁ ମାତ୍ର ୭୫ ହଜାର ୬୧୪ ଖଣ୍ଡ ଭୋଟ୍ ମିଳିଥିଲା। ୨୦୧୯ରେ ମୋଦି ୬ ଲକ୍ଷ ୭୪ ହଜାର ୬୬୪ ଖଣ୍ଡ ଭୋଟ୍ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସମାଜବାଦୀ ପାର୍ଟିର ଶାଳିନୀ ଯାଦବ ୧ ଲକ୍ଷ ୯୫ ହଜାର ୧୫୯ ଖଣ୍ଡ ଭୋଟ୍ ପାଇଥିଲେ। ଅଜୟ ରାୟଙ୍କ ଭୋଟ୍ ପୂର୍ବଥର ଅପେକ୍ଷା ବଢ଼ିଥିଲା। ସେ ୧ ଲକ୍ଷ ୫୨ ହଜାର ୫୪୮ ଖଣ୍ଡ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଥିଲେ। ୧୯୯୧ରୁ ଏଯାବତ ବାରାଣସୀ ବିଜେପିର ଗଡ଼ ହୋଇ ରହିଛି। ତା’ ମଧ୍ୟରେ କେବଳ ୨୦୦୪ରେ କଂଗ୍ରେସର ରାଜେଶ କୁମାର ମିଶ୍ରା ଏଠାରୁ ବିଜୟୀ ହୋଇଥିଲେ। ଅନ୍ୟପକ୍ଷରେ ଅଜୟ ରାୟଙ୍କ ରାଜନୀତିକ ଜୀବନ ଆରମ୍ଭ ହୋଇଥିଲା ବିଜେପିରୁ। ସେ ବିଜେପି ଟିକେଟରେ କୋଲଅସଲା ଆସନରୁ ୧୯୯୬, ୨୦୦୨ ଓ ୨୦୦୭ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ରେ ସେ ଲୋକସଭା ନିର୍ବାଚନ ଲଢ଼ିବାକୁ ଚାହୁଁଥିଲେ। କିନ୍ତୁ ବିଜେପି ଟିକେଟ ଦେଇ ନଥିଲା। ଏହା ପରେ ସେ ଦଳ ଛାଡ଼ି ସମାଜବାଦୀ ପାର୍ଟିରେ ମିଶିଥିଲେ ଓ ଲୋକସଭା ନିର୍ବାଚନ ଲଢ଼ିଥିଲେ। କିନ୍ତୁ ହାରି ଯାଇଥିଲେ। ଏହାର ୩ ବର୍ଷ ପରେ ସେ କଂଗ୍ରେସରେ ଯୋଗ ଦେଇଥିଲେ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!