Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଡକାୟତି ଯୋଜନା ବେଳେ ଚଢ଼ଉ କଲା ପୁଲିସ୍‌

by ସଞ୍ଜୟ ସ୍ୱାଇଁ
March 23, 2024
in Crime, State
ଡକାୟତି ଯୋଜନା ବେଳେ ଚଢ଼ଉ କଲା ପୁଲିସ୍‌
112
VIEWS
Share on FacebookShare on Twitter

ଢେଙ୍କାନାଳ, (ବାଘୁଆବାର୍ତ୍ତା): ଡକାୟତି ଯୋଜନା କରୁଥିବା ବେଳେ ଚଢ଼ଉ କରିଥିଲା ପୁଲିସ୍‌। ଆଉ ପୁଲିସ୍‌କୁ ଦେଖି ଫାୟାରିଂ କରିଥିଲେ ଡକାୟତି ଗ୍ୟାଙ୍ଗ। ତା’ପରେ ଚମ୍ପଟ ମାରିଥିଲେ ଡକାୟତ। ତେବେ ପୁଲିସ୍‌ ଗୋଡ଼ାଇ ଗୋଡ଼ାଇ ସେମାନଙ୍କ ଭିତରୁ ୩ ଜଣଙ୍କୁ ଧରିଥିଲେ। ଏପରି ଖବର ଢେଙ୍କାନାଳ ଜିଲ୍ଲାରୁ ଆସିଛି। ଶୁକ୍ରବାର ବିଳମ୍ବିତ ରାତିରେ କାମାକ୍ଷାନଗର ଥାନା ଜିରିଡାମାଳି ଗାଁ ନିକଟସ୍ଥ ସୁଧାକର ତଇଲା ଜଙ୍ଗଲରେ ୮ ଜଣିଆ ଡକାୟତ ଗ୍ୟାଙ୍ଗ ବସି ଲୁଟ୍‌ ପାଇଁ ରଣନୀତି କରୁଥିଲେ। ସେହି ସମୟରେ ପାଟ୍ରୋଲିଂ କରୁଥିବା ପୁଲିସ୍‌ର ନଜର ସେମାନଙ୍କ ଉପରେ ପଡ଼ିଥିଲା। ପୁଲିସ୍‌ ଏସ୍‌ଆଇ ସୌମ୍ୟରଞ୍ଜନ ମହାନ୍ତିଙ୍କ ନେତୃତ୍ୱ ଏକ ଟିମ୍‌ ସେହି ଜଙ୍ଗଲରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ପୁଲିସ୍‌ ଉପରେ ୪ ରାଉଣ୍ଡ ଫାୟାରିଂ କରିଥିଲେ ଡକୟତି ଗ୍ୟାଙ୍ଗ। ପରେ ଡକୟତମାନେ ପଳାଇଯାଇଥିଲେ। ପୁଲିସ ଗୋଡ଼ାଇ ଗୋଡ଼ାଇ ୩ ଜଣଙ୍କୁ ଧରିଥିଲା। ସେମାନଙ୍କଠାରୁ ୨ଟି ସ୍କୁଟି, ଗୋଟିଏ ବାଇକ୍‌, ୫ଟି ହାତ ତିଆରି ଅଫୁଟା ବୋମା, ଗୋଟିଏ ଖଣ୍ଡା ଓ ଭୁଜାଲି ଜବତ କରିଛି ପୁଲିସ୍‌। ଗିରଫ ଅଭିଯୁକ୍ତମାନେ ହେଲେ କାମାକ୍ଷାନଗର ଥାନା ବାଲିଚତୁରୀ ଗାଁର ରଜନୀକାନ୍ତ ମଲ୍ଲିକ ଓ ରଞ୍ଜିତ ମଲ୍ଲିକ ଏବଂ ଯାଜପୁର ଜିଲ୍ଲା କାଳିଆପାଣି ଅଞ୍ଚଳର ରାକେଶ ପାତ୍ର। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!