ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କୋଭିଡ୍ କଟକଣାକୁ ଖୋଲାଖୋଲି ଉଲଂଘନ କରାଯାଉଛି । ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ମୁତାବକ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଦିନ ୨ଟା ବେଳକୁ ବନ୍ଦ ହେବାକୁ ଥିବା ବେଳେ ସହରେ ଥିବା ଅନେକ ରେଷ୍ଟୁରାଣ୍ଟ, ହୋଟେଲ ଏବଂ ଫାଷ୍ଟଫୁଡ ଦୋକାନ ରାତିରେ ବି ଖୋଲା ରହୁଛି । ସଟର ପକାଇଯାଇ ଏହି ସବୁ ସ୍ଥାନରେ କାରବାର ଚାଲୁଥିବା ଜଣାଯାଇଛି । ପ୍ରଶାସନ ଏବଂ ପୁଲିସ ପ୍ରଶାସନ ପକ୍ଷରୁ ଏଦିଗରେ ଦୃଷ୍ଟି ଦିଆଯିବାର ଆବଶ୍ୟକତା ରହିଛି ।






