Wednesday, June 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚାଲିଛି ଟିକେଟ କସରତ, ଦିଲ୍ଲୀ ଗଲେ ମନମୋହନ

by ସଞ୍ଜୟ ସ୍ୱାଇଁ
March 23, 2024
in Politics, State
ଚାଲିଛି ଟିକେଟ କସରତ, ଦିଲ୍ଲୀ ଗଲେ ମନମୋହନ
156
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବିଜେପି- ବିଜେଡି ମଧ୍ୟରେ ମେଣ୍ଟ ହେବା ନେଇ ଚାଲିଥିବା ଚର୍ଚ୍ଚାର ବିରାମ ଲାଗିବା ପରେ ଉଭୟ ଦଳ ନିଜ ନିଜର ଯୋଦ୍ଧାଙ୍କୁ ମଇଦାନଙ୍କୁ ଓହ୍ଲାଇବାକୁ ପ୍ରସ୍ତୁତ କରିଦେଲେଣି ରଣନୀତି। ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ଉଭୟ ଦଳ ମଧ୍ୟରେ ପ୍ରାର୍ଥୀ ଚୟନ ଆରମ୍ଭ ହୋଇଗଲଣି। ଏହି ପରିପ୍ରେକ୍ଷୀରେ ଆଜି ବିଜେପିର ଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସୁଛି। ଏଥିପାଇଁ ଆଜି ଦିଲ୍ଲୀ ଯାଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ତାଙ୍କ ସହ ସଂଗଠନ ସମ୍ପାଦକ ମାନସ ମହାନ୍ତି ମଧ୍ୟ ଦିଲ୍ଲୀ ଯାଇଛନ୍ତି। ଏହି ବୈଠକରେ ଓଡ଼ିଶାର ଯାଇଥିବା ପ୍ରାର୍ଥୀଙ୍କ ସଟ୍ ଲିଷ୍ଟକୁ ଚୂଡ଼ାନ୍ତ ରୂପ ମିଳିପାରେ ବୋଲି ଅନୁମାନ କରାଯାଉଛି। ଏହା ସହ ଆଜି ଓଡ଼ିଶାର ପ୍ରାର୍ଥୀ ତାଲିକା ଆସିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ବିଶେଷ ଭାବେ କିଛି ଲୋକସଭା ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ ହୋଇପାରେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଦିଲ୍ଲୀ ଯିବା ପୂର୍ବରୁ ମନମୋହନ କହିଛନ୍ତି, ଆଜି ସନ୍ଧ୍ୟା ୬ଟାରେ CEC ବୈଠକ ବସିବ। ବୈଠକରେ ଆଲୋଚନା ପର୍ଯ୍ୟାଲୋଚନା ହେବ। ମେଣ୍ଟରେ ବିରାମ ଲାଗିବା ପରେ କିପରି ପ୍ରସ୍ତୁତି ଚାଲିଛି ବୋଲି ଗଣମାଧ୍ୟମ କର୍ମୀଙ୍କ ପ୍ରଶ୍ନରେ ମନ଼ମୋହନ କହିଛନ୍ତି, ନିର୍ବାଚନ ନେଇ କର୍ମୀମାନେ ସମସ୍ତେ କାମରେ ଲାଗି ପଡ଼ିଲେଣି। କର୍ମୀଙ୍କ ମଧ୍ୟରେ ଉଦ୍ଦିପନା ୧୦ ଗୁଣା ବଢ଼ି ଯାଇଛି। ନିର୍ବାଚନ ପାଇଁ ଆଉ ୨ମାସ ସମୟ ଅଛି। କର୍ମୀ ଆହୁରି ପରିଶ୍ରମ କରିବେ ମନମୋହନ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଗତ କିଛି ଦିନ ଧରି ବିଜେପି-ବିଜେଡି ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଗତକାଲି ଏହି ଚର୍ଚ୍ଚାର ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ଉଭୟ ବିଜେପି ଓ ବିଜେଡି ମେଣ୍ଟ ହେଉନାହିଁ ବୋଲି ସ୍ପଷ୍ଟ କରିଥିଲେ। ଏହାପରେ ଆଜି ଦିଲ୍ଲୀରେ ସନ୍ଧ୍ୟାରେ ବିଜେପିର CEC ବୈଠକ ବସୁଛି। ଅନ୍ୟକ୍ଷରେ ବିଜେଡି ମଧ୍ୟ ତାର ନିଜ ଯୋଦ୍ଧାଙ୍କୁ ମଇଦାନଙ୍କୁ ଓହ୍ଲାଇବା ପାଇଁ କସରତ ଆରମ୍ଭ କରିଦେଇଛି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!