ନୟାଗଡ଼, (ବାଘୁଆବାର୍ତ୍ତା): ଜିଲ୍ଲାର ହୁ ହୁ ହୋଇ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆଜି ସୁଦ୍ଧା ୧୨୦୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ପ୍ରରିପେକ୍ଷିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରହିଥିବା ସବ୍ରେଜିଷ୍ଟାର ଅଫିସ୍କୁ ୧୨ ତାରିଖ ସକାଳ ୧୦ ଘଟିକାଠାରୁ ୧୯ ତାରିଖ ସକାଳ ୯ ଘଟିକା ପର୍ଯ୍ୟନ୍ତ ସଟ୍ଡାଉନ୍ କରାଯାଇଥିବା ଜଣାଯାଇଛି । କେଉଁ କାରଣ ପାଇଁ ଏହାକୁ ସଟ୍ଡାଉନ୍ କରାଯାଇଛି ସେ ନେଇ କିଛି ସୂଚନା ମିଳିନଥିବା ବେଳେ କେବଳ ଅଫିସ୍ ଗୃହକୁ ବିଶୋଧନ କରିବା ପାଇଁ ସଟ୍ଡାଉନ୍ କରାଯାଇଥିବା ଜଣାଯାଇଛି ।






