Wednesday, June 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କଂଗ୍ରେସର ନିର୍ବାଚନ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ହଟିଲେ ବିଜୟ ପଟ୍ଟନାୟକ

by ସଞ୍ଜୟ ସ୍ୱାଇଁ
March 22, 2024
in Politics, State
କଂଗ୍ରେସର ନିର୍ବାଚନ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ହଟିଲେ ବିଜୟ ପଟ୍ଟନାୟକ
232
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜ୍ୟ କଂଗ୍ରେସରେ ବିଜୟ ପଟ୍ଟନାୟକଙ୍କ ପକ୍ଷ ଛେଦନ । ନିର୍ବାଚନ ପୂର୍ବରୁ ହଠାତ୍ ରାଜ୍ୟ କଂଗ୍ରେସର ନିର୍ବାଚନ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ବିଜୟ ପଟ୍ଟନାୟକଙ୍କୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ଭକ୍ତ ଦାସଙ୍କୁ ପ୍ରଚାର କମିଟି ଅଧ୍ୟକ୍ଷ ଦାୟିତ୍ବ ଦିଆଯାଇଛି । ମୁଣ୍ଡ ଉପରେ ନିର୍ବାଚନ ଥିବାବେଳେ ହଠାତ କାହିଁକି ବିଜୟଙ୍କ ଉପରେ ଖପ୍ପା ହେଲା ଏଆଇସିସି । ଏନେଇ ବିଭିନ୍ନ ପ୍ରଶ୍ନ ଉଠୁଛି ଏବଂ ବିଭିନ୍ନ ମହଲରୁ ନାନା କଥା ଶୁଣିବାକୁ ମିଳୁଛି। ବିଜୟ ପଟ୍ଟନାୟକଙ୍କ କାର‌୍ୟ୍ୟଶୈଳୀକୁ ନେଇ ହାଇକମାଣ୍ଡ ଅସନ୍ତୁଷ୍ଟ ଥିବା ଓ ବିଜୟଙ୍କ ବିରୋଧରେ ହାଇକମାଣ୍ଡଙ୍କୁ କିଛି ନେତା ଅଭିଯୋଗ କରିଥିବା ଚର୍ଚ୍ଚା ହେଉଛି। ଏହା ପରେ କଂଗ୍ରେସ ହାଇକମାଣ୍ଡ ବିଜୟ ପଟ୍ଟନାୟକଙ୍କ ପକ୍ଷ ଛେଦନ କରିଛନ୍ତି । ତେବେ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ହଟାଯିବା ପରେ ବିଜୟ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଭକ୍ତ ଦାସଙ୍କ ସହ ବରାବର ଯୋଗାଯୋଗରେ ଥିଲେ। ଭକ୍ତ ଦାସଙ୍କ ଯୋଗଦାନ ପ୍ରଚାର ପାଇଁ ଅଧିକ ସହାୟକ ହେବ । ପରିବର୍ତ୍ତନ ଦ୍ବାରା କିଛି ପ୍ରଭାବ ପଡ଼ିବନି। କଂଗ୍ରେସର ବିଭିନ୍ନ ଓ୍ଵିଙ୍ଗ୍ ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ତାଙ୍କୁ ଦାୟିତ୍ବ ଦିଆଯାଇଥିବା ବିଜୟ ପଟ୍ଟନାୟକ କହିଛନ୍ତି। ଗତକାଲି ଭକ୍ତ ଦାସଙ୍କୁ ରାଜ୍ୟ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ଏଆଇସିସି ସଭାପତି ଦାୟିତ୍ବ ଦେଇଛନ୍ତି । ପୂର୍ବରୁ ଏହି ଦାୟିତ୍ବରେ ଥିବା ବିଜୟ ପଟ୍ଟନାୟକଙ୍କୁ ନିର୍ବାଚନ ସମନ୍ବୟ କମିଟି ସଭାପତି ଦାୟିତ୍ୱ ଦିଆଯାଇଛି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!