Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମାମୁ ଘରେ ଭଣଜାଙ୍କ ଉନ୍ମତ୍ତକାଣ୍ଡ, ଦୁଇ ଜଣଙ୍କୁ ହାଣିଲା, ପୁଲିସକୁ ବି ଛାଡିଲାନି

by ସଞ୍ଜୟ ସ୍ୱାଇଁ
March 21, 2024
in Crime, State
ମାମୁ ଘରେ ଭଣଜାଙ୍କ ଉନ୍ମତ୍ତକାଣ୍ଡ, ଦୁଇ ଜଣଙ୍କୁ ହାଣିଲା, ପୁଲିସକୁ ବି ଛାଡିଲାନି
99
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ମାମୁ ଘରକୁ ବୁଲିବାକୁ ଆସିଥିବା ଭଣଜା ଘଟାଇଲେ ଉନ୍ମତ୍ତ କାଣ୍ଡ । ଟାଙ୍ଗିଆରେ ହାଣି ୨ଜଣଙ୍କୁ କଲେ ଲହୁଲୁହାଣ । ଏଥିସହ ଘଟଣାସ୍ଥଳକୁ ଆସିଥିବା ପୁଲିସ୍‌ ଗାଡ଼ି ଓ ଆମ୍ବୁଲାନ୍ସକୁ ବି ଭଙ୍ଗାରୁଜା କଲେ। ଏପରି ଏକ ଅଭାବନୀୟ ଘଟଣଶ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ନାଲଗୁଣ୍ଡା-ପଳାସପୁର ଗାଁରେ ଘଟିଛି। ସଂପୃକ୍ତ ଯୁବକଜଣକ ହେଲେ ବାସୁଦେବପୁର ଅଞ୍ଚଳର ଭୀମସେନ ନାୟକ । ଭୀମସେନ କିଛି ଦିନ ହେବ ମାମୁ ଘରକୁ ବୁଲିବାକୁ ଆସିଥିଲେ। ତାଙ୍କ ମାନସିକ ସ୍ଥିତି ଠିକ୍‌ ରହୁ ନ ଥିବା ଜଣାଯାଇଛି। କୌଣସି କଥାକୁ ନେଇ ଭୀମସେନ ଉତ୍ତ୍ୟକ୍ତ ହୋଇ ଯାଇଥିବା ବେଳେ ଗତକାଲି ଘଟାଇଲେ ତାଣ୍ଡବ ଗତକାଲି ରାତିରେ ପ୍ରାୟ ୨ଟାରେ ସେ ଟାଙ୍ଗିଆ ଧରି ଆତଙ୍କ ଖେଳାଇଥିଲେ। ଯିଏ ସାମନାକୁ ଆସୁଥିଲେ ତାକୁ ହାଣିବାକୁ ଗୋଡ଼ାଉଥିଲେ । ତାଙ୍କୁ କାବୁ କରିବାକୁ ଯାଇ ୨ଜଣଙ୍କ ଶରୀରରେ ଟାଙ୍ଗିଆ ଚୋଟ ବାଜିଛି। ଖବର ପାଇ ପୁଲିସ୍‌ ଗାଡ଼ି ପହଞ୍ଚିଥିବା ବେଳେ ଆହତଙ୍କୁ ହସ୍ପିଟାଲ ନେବାକୁ ଆମ୍ବୁଲାନ୍ସ ବି ଆସି ପହଞ୍ଚିଥିଲା। ଏହାଦେଖି ଉତ୍ତ୍ୟକ୍ତ ହୋଇ ଯାଇଥିବା ଭୀମସେନ ଆମ୍ବୁଲାନ୍ସ ଓ ପୁଲିସ୍‌ ଗାଡ଼ି କାଚ ଭଙ୍ଗାରୁଜା କରିଥିଲେ । ବହୁ କଷ୍ଟରେ ପୁଲିସ୍‌ ଭୀମସେନଙ୍କୁ କାବୁ କରି ଥାନାକୁ ନେଇଛି। ପଚରାଉଚରା ପରେ ସେ ଜଣେ ମାନସିକ ରୋଗୀ ବୋଲି ପୁଲିସ କହିଛି । ଏନେଇ ଚାନ୍ଦବାଲି ଆଇଆଇସି କହିଛନ୍ତି, ଭୀମସେନଙ୍କର ମାନସିକ ସମସ୍ୟା ରହିଛି। କୌଣସି କଥାକୁ ନେଇ ଉତ୍ତ୍ୟକ୍ତ ହୋଇଯିବାରୁ ସେ ଭାରସାମ୍ୟ ହରାଇ ଉନ୍ମତ୍ତ କାଣ୍ଡ ଘଟାଇଥିଲେ । ସେ ଦୁଇ ଜଣ ଲୋକଙ୍କୁ ଆକ୍ରମଣ କରିବା ସହ ୧୦୮ ଆମ୍ବୁଲାନ୍ସ ଓ ପୁଲିସ୍‌ ଗାଡ଼ିକୁ ଭାଙ୍ଗି ଦେଇଛନ୍ତି। ତାଙ୍କୁ ବହୁ କଷ୍ଟରେ କାବୁ କରି ପୁଲିସ୍‌ ଥାନାକୁ ଆଣିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!