Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କ୍ରିକେଟରୁ ଅବସର ଘୋଷଣା କଲେ ଜାଭେରିଆ ଖାନ୍‌

by ସଞ୍ଜୟ ସ୍ୱାଇଁ
March 21, 2024
in NATIONAL NEWS, Sports
କ୍ରିକେଟରୁ ଅବସର ଘୋଷଣା କଲେ ଜାଭେରିଆ ଖାନ୍‌
20
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ପାକିସ୍ତାନ ମହିଳା କ୍ରିକେଟ ଟିମର ପୂର୍ବତନ ଅଧିନାୟକ ତଥା ବରିଷ୍ଠ ବ୍ୟାଟର ଜାଭେରିଆ ଖାନ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି। ୩୫ ବର୍ଷୀୟ ଜାଭେରିଆ ବେଶ ଭାବବିହ୍ୱଳ ବିବୃତି ଜାରି କରି ଦୀର୍ଘ ୧୫ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରରେ ବିରାମ ଲାଗିଥିବା କଥା ସମସ୍ତଙ୍କୁ ଜଣାଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରୁ ଜାଭେରିଆ ଅବସର ନେଇଥିଲେ ହେଁ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଖେଳା ଯାଉଥିବା ଘରୋଇ ଲିଗ ମ୍ୟାଚ୍‌ ଖେଳିବେ। ୧୭ଟି ଦିନିକିଆରେ ପାକିସ୍ତାନର ନେତୃତ୍ୱ ନେଇଥିବା ଜାଭେରିଆ ଶେଷଥର ପାଇଁ ୨୦୨୩ ମାର୍ଚ୍ଚରେ ପାକିସ୍ତାନ ପକ୍ଷରୁ କୌଣସି ଟି-୨୦ ମ୍ୟାଚ ଖେଳିଥିଲେ। ସେ ଆଜି କହିଛନ୍ତି, “ଖୁସି ଓ ଦୁଃଖ ରହିଥିଲା। କିନ୍ତୁ ସର୍ବୋପରି ମହାନ ଗର୍ବ ମୋତେ ୧୫ ବର୍ଷ ଧରି ଆଗକୁ ନେଇଥିଲା। ମୋ କ୍ରିକେଟ ଯାତ୍ରାରେ ଅନେକ ଘାତପ୍ରତିଘାତ ଆସିଥିଲେ ହେଁ ପାକିସ୍ତାନ ଜର୍ସୀ ପରିନ୍ଧାନ କରିବାର ଅନୁଭୂତି ସବୁଠାରୁ ଉପରେ ରହିଥିଲା। ମୁଁ ଯେଉଁ ଜିନିଷକୁ ଅଧିକ ଭଲ ପାଉଥିଲି, ସେଇଥିରେ ଜୀବନ ବିତାଇବାକୁ ସୁଯୋଗ ପାଇଥିବାରୁ ଭାଗ୍ୟବାନ ମଣୁଛି। ଆଗକୁ ମଧ୍ୟ ଏହା ଜାରି ରଖିବି।” ଜାଭେରିଆ ପାକିସ୍ତାନ ପାଇଁ ୨୨୮ଟି ଦିନିକିଆ ବ୍ୟାଚ୍‌ ଖେଳି ୪୯୦୩ ରନ କରିଛନ୍ତି। ଏଥିରେ ୨ଟି ଶତକ ଓ ୨୫ଟି ଅର୍ଦ୍ଧଶତକ ରହିଛି। ସେ ଅନ୍ତର୍ଜାତୀୟ କ୍ରିକେଟରେ ୨୮ଟି ୱିକେଟ ମଧ୍ୟ ନେଇଥିଲେ। ପାକିସ୍ତାନ ମହିଳା କ୍ରିକେଟରେ ସର୍ବାଧିକ ଦିନିକିଆ ଓ ଟି-୨୦ ରନ ସ୍କୋର କରିବା ତାଲିକାରେ ଜାଭେରିଆ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ବିସମା ମାରୁଫଙ୍କ ବ୍ୟତୀତ ସେ ଏକମାତ୍ର କ୍ରିକେଟର ଯିଏ ଦିନିକିଆ ଓ ଟି-୨୦ରେ ୨ହଜାରରୁ ଅଧିକ ରନ କରିଛନ୍ତି। ଜାଭେରିଆ ୨୦୦୯,୨୦୧୩, ୨୦୧୭ ଓ ୨୦୨୨ ଦିନିକିଆ ମହିଳା ବିଶ୍ୱକପରେ ପାକିସ୍ତାନକୁ ପ୍ରତିନିଧିତ୍ୱ କରିଥିଲେ। ସେହିପରି ୨୦୦୯, ୨୦୧୦, ୨୦୧୨, ୨୦୧୪, ୨୦୧୬, ୨୦୧୮, ୨୦୨୦ ଓ ୨୦୨୩ ଟି-୨୦ ବିଶ୍ୱକପ ମଧ୍ୟ ସେ ଖେଳିଛନ୍ତି। ୨୦୧୦ ଓ ୨୦୧୪ ଏସିଆ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ପାକିସ୍ତାନ ମହିଳା କ୍ରିକେଟ ଟିମ ସ୍କ୍ୱାଡରେ ଜାଭେରିଆ ରହିଥିଲେ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!