ନୟାଗଡ଼, (ବାଘୁଆବାର୍ତ୍ତା) : ଆଉ ମାତ୍ର ୩ ଦିନ ପରେ ପାଳିତ ହେବ ୭୩ ତମ ସ୍ୱାଧିନତା ଦିବସ । କରୋନା ମହାମାରୀ ସମୟରେ ସ୍ୱାଧିନତା ଦିବସକୁ କେଉଁଭଳି ପାଳନ କରାଯିବ ସେ ନେଇ ରାଜ୍ୟ ସରକାର ସ୍ୱତନ୍ତ୍ର ନିର୍ଦ୍ଦେଶ ଦେଇଥିବା ବେଳେ ଚଳିତ ବର୍ଷ ନୟାଗଡ଼ ଜିଲ୍ଲା ସ୍ତରୀୟ ସ୍ୱାଧିନତା ଦିବସରେ ପତାକା ଉତ୍ତୋଳନ କରିବା ପାଇଁ ରାଜ୍ୟ ସରକାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ନାମ ଘୋଷଣା କରିଛନ୍ତି । ମନ୍ତ୍ରୀ ପତାକା ଉତ୍ତୋଳନ କରିବା ସହ ପୂର୍ବ ପ୍ରସ୍ତୁତି ଅନୁସାରେ କାର୍ଯ୍ୟକ୍ରମରେ ଯୋଗଦାନ କରିବେ ବୋଲି ଜଣାଯାଇଛି ।






