ଭୂବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ଭୟାବହ ଭାବେ ବଢ଼ି ଚାଲିଛି । ରାଜ୍ୟରେ ନୂଆ ୧୮୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ୬୭୨ରେ ପଂହଚିଛି । ସେଥିମଧ୍ୟରେ ୧୧୮୨ ଜଣ ସଂଗରୋଧ କେନ୍ଦ୍ରରେ ରହିଥିବା ବେଳେ ୬୯୪ ଟି ବାହ୍ୟ ପଜେଟିଭ ବୋଲି ସୂଚନା ମିଳିଛି । ସେଥିମଧ୍ୟରୁ ନୟାଗଡ଼ ଜିଲ୍ଲାରୁ ୧୦୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି ।





