ନୟାଗଡ଼, (ବାଘୁଆବାର୍ତ୍ତା) : ଖଣ୍ଡପଡ଼ା ବ୍ଲକ ଅଧିନ ବୋଦସା ଗ୍ରାମ ନିକଟସ୍ଥ କୁସୁମୀ ନଦୀ ଘାଟରୁ ନିଖୋଜ ଯୁବକ ଲୋକନାଥ ନାଏକଙ୍କର ଗଳିତ ଶବକୁ ୪୮ ଘଣ୍ଟା ପରେ ଉଦ୍ଧାର କରାଯାଇଛି । ମଙ୍ଗଳବାର ଅପରାହ୍ନ ୩ଟାରେ ନିଖୋଜ ଯୁବକର ଶବ ନଦୀପାଣିରେ ଭାସୁଥିବା ନେଇ ବୋଦସା ଗ୍ରାମବାସୀଙ୍କ ନଜରକୁ ଆସିଥିଲା । ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ ଖଣ୍ଡପଡ଼ା ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଚିଂ ନଦୀରୁ ଶବକୁ ଉଦ୍ଧାର କରିଥିଲେ । ଖଣ୍ଡପଡ଼ା ପୁଲିସ ଟିମ୍ ଘଟଣାସ୍ଥଳରେ ପହଚିଂ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିବା ବେଳେ ଏ ନେଇ ଥାନାରେ ଏକ ଅପମୃତ୍ୟୃ ମାମଲା ରୁଜୁ କରିଥିବା ଜଣାଯାଇଛି । ସୂଚନାଯୋଗ୍ୟ ଖଣ୍ଡପଡା ସହରାଚଂଳ ତଁଳାସାହିର ଯୁବକ ଲୋକନାଥ ରବିବାର ଅପରାହ୍ନରେ କୁସୁମୀ ନଦୀ ଘାଟକୁ ସ୍ନାନ, ଶୈାଚାଦି ଆଦି କାର୍ଯ୍ୟ ସମାପନ ପାଇଁ ଯାଇଥିବା ବେଳେ ଗୋଡ ଖସିଯିବାରୁ ନଦୀ ପାଣିରେ ବୁଡିଯାଇ ନିଖୋଜ ହୋଇଯାଇଥିଲେ ।






