Wednesday, June 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଜିଲା ନିର୍ବାଚନୀ ବିଗୁଲ୍, ତେଜିଲା ଟିକେଟ୍ କସରତ, ତିନି ପ୍ରମୁଖ ଦଳ ପାଇଁ ଦକ୍ଷ ପ୍ରାର୍ଥୀ ଖୋଜା ବଡ଼ ଚ୍ୟାଲେଞ୍ଜ

by ସଞ୍ଜୟ ସ୍ୱାଇଁ
March 18, 2024
in Politics, State
ବାଜିଲା ନିର୍ବାଚନୀ ବିଗୁଲ୍, ତେଜିଲା ଟିକେଟ୍ କସରତ, ତିନି ପ୍ରମୁଖ ଦଳ ପାଇଁ ଦକ୍ଷ ପ୍ରାର୍ଥୀ ଖୋଜା ବଡ଼ ଚ୍ୟାଲେଞ୍ଜ
92
VIEWS
Share on FacebookShare on Twitter

କନ୍ଧମାଳ, (ବାଘୁଆବାର୍ତ୍ତା): ବାଜିଲା ନିର୍ବାଚନୀ ବିଗୁଲ୍। ତେଜିଲା ଟିକେଟ୍ କସରତ। ବିଜେଡି, ବିଜେପି, କଂଗ୍ରେସ। ଦକ୍ଷ ପ୍ରାର୍ଥୀ ବାଛିବାରେ ଲାଗି ପଡ଼ିଛନ୍ତି ତିନି ଦଳ। ସର୍ଭେ ରିପୋର୍ଟ ଆଧାରରେ ଅଙ୍କ କଷୁଛନ୍ତି ଶୀର୍ଷ ନେତୃତ୍ୱ। ମହିଳା, ଯୁବ ଓ ବରିଷ୍ଠଙ୍କୁ ଟିକେଟ ଦେବା ନେଇ ଚାଲିଛି ବିଚାର ବିମର୍ଶ। ବିଜେଡି ୨୦୨୪ ନିର୍ବାଚନ ପାଇଁ ସାଂଗଠନିକ ସ୍ତରରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହୁଥିବାବେଳେ ମୈଦାନରେ ମାଳ ମାଳ ଆଶାୟୀ ଟିକେଟ ବଣ୍ଟନ ଅଙ୍କକୁ ଆହୁରି ଜଟିଳ କରୁଛନ୍ତି। ବିଦ୍ରୋହୀଙ୍କୁ କିପରି ମ୍ୟାନେଜ କରାଯିବ ଏବଂ ଷଷ୍ଠ ପାଳିରେ ରେକର୍ଡ ସଂଖ୍ୟକ ସିଟ୍ ହାତେଇବ ତା ଉପରେ ଗୁରୁତ୍ୱ ଦେଉଛି ଶାସକ ଦଳ। ସେପଟେ ବିଜେପି ମଧ୍ୟ ଯେଉଁସବୁ ଅଞ୍ଚଳରେ ଗତ ନିର୍ବାଚନରେ କଡ଼ା ମୁକାବିଲା ଦେଇଥିଲା ସେଠି କୋର୍ସ କରେକସନ୍ କରି ଦଳ ବିଜୟ ପାଇଁ ରଣନୀତି ପ୍ରସ୍ତୁତ କରୁଛି। ସଂଗଠନ ଓ ବିଜୟ ଦକ୍ଷତା ଥିବା ପ୍ରାର୍ଥୀଙ୍କ ନାଁକୁ ନିର୍ବାଚନ କମିଟି ସୁପାରିଶ କରିଛି। ଉଭୟ ବିଜେଡି ଓ ବିଜେପି ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଓ କନ୍ଧମାଳ ସଂସଦୀୟ କ୍ଷେତ୍ର ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଆଉ ଏପଟେ ରାଜ୍ୟ କଂଗ୍ରେସ ଚାହିଁଛି ବିଜେଡି ଓ ବିଜେପି ମେଣ୍ଟ ଖବରକୁ। ସ୍କ୍ରିନିଂ କମିଟି ବୈଠକ ହୋଇ ପ୍ରାର୍ଥୀ ଚୁଡାନ୍ତ ହୋଇଥିଲେ ବି ଏଯାଏ ଓଡ଼ିଶା ପ୍ରାର୍ଥୀଙ୍କ ନାଁ ଘୋଷଣା କରିନି କଂଗ୍ରେସ । ଯେହେତୁ ଦଳର ସଂଗଠନ ଦୁର୍ବଳ ରହିଛି ସେଥିପାଇଁ ବିଜେଡି ଓ ବିଜେପି ବିଦ୍ରୋହୀଙ୍କୁ ନେଇ ନିର୍ବାଚନ ବୈତରଣୀ ପାର୍ ହେବା ପାଇଁ ପ୍ରସ୍ତୁତି ଚଳାଇଛି ହାତ ଦଳ। ରଣକ୍ଷେତ୍ରକୁ ଓହ୍ଲାଇବା ପୂର୍ବରୁ ଯୋଦ୍ଧା ଚୟନ ଉପରେ ଏବେ ସବୁ ଦଳର ଫୋକସ୍। ରାଜନୈତିକ ସମୀକ୍ଷକଙ୍କ ମତ ହେଲା ଅନ୍ୟ ଦଳ ଅପେକ୍ଷା ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାରୁ ବିଜେଡି ପାଇଁ ବେଶି ଅଡୁଆ କରୁଛି ଟିକେଟ୍ ଟେନସନ୍। ମେ ୨୦ରେ କନ୍ଧମାଳରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପଡ଼ିବ। ହାତରେ ସମୟ କମ୍ ଥିବାରୁ ଦଳୀୟ କନ୍ଦଳକୁ ଦୂର କରି ଟିକେଟ ତାଲିକା ଚୂଡାନ୍ତ କରିବାକୁ ତିନି ପ୍ରମୁଖ ରାଜନୈତିକ ଦଳ ଗୁଡକ ପ୍ରସ୍ତୁତି କରୁଛନ୍ତି। ତେବେ ବିଦ୍ରୋହକୁ ପ୍ରଶମିତ କରି ଟିକେଟ ବାଣ୍ଟିବା ବିଜେଡି ପାଇଁ ବଡ଼ ଚାଲେଞ୍ଜ ସୃଷ୍ଟି କରିବ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!