ନୟାଗଡ଼, (ବାଘୁଆବାର୍ତ୍ତା) : ବେତାର ସଂଗୀତର ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଶାନ୍ତ ଦାଶଙ୍କ ସଂଗୀତ ଶରଧାବାଲି ଆଜି ନୟାଗଡ଼ ଜଗନ୍ନାଥ ମନ୍ଦିରଠାରେ ମୁକ୍ତିଲାଭ କରିଛି । ଇଣ୍ଡିଆନ୍ ମ୍ୟୁଜିକ୍ କ୍ରିଏସନ୍ ପକ୍ଷରୁ ପ୍ରସ୍ତୁତ ଓଡ଼ିଆ ଜଗନ୍ନାଥ ଭଜନ ‘ଶରଧାବାଲି’ ନୟାଗଡ଼ ପୁରୁଣା ସହର ଅବସ୍ଥିତ ଜଗନ୍ନାଥ ମନ୍ଦିରଠାରେ ଲୋକାର୍ପିତ ହୋଇଯାଇଛି । ଏହି ଲୋକର୍ପଣ ଉତ୍ସବରେ ନାଟ୍ୟଭୂଷଣ ଡ. ବିଜୟ କୁମାର ଚୈାଧୁରୀ, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଗୀତିକାର ନିର୍ମଳ ଚନ୍ଦ୍ର ଶୂରଦେଓ, କବି ଅଶୋକ ମଲ୍ଲ, ଲକ୍ଷ୍ମୀଧର ସାହୁ, ଉମାକାନ୍ତ ମିଶ୍ର, ନକୁଳ ସାହୁ ପ୍ରମୂଖ ଯୋଗ ଦେଇ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଭଜନଟିକୁ ଲୋକାର୍ପଣ କରିଥିଲେ । ‘ତୋ ଶରଧାବାଲିରୁ ଚାଖଣ୍ଡେ ମୋତେ ନଦେଲେ ନାହିଁ’ ଗୀତଟିରେ ବେତାର କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ ଗାଇଥିବା ବେଳେ ଏହାକୁ ରଚନା କରିଛନ୍ତି ପୂର୍ବତନ ସାହିତ୍ୟ ଏକାଡେମୀ ସଦସ୍ୟ ନିର୍ମଳ ଚନ୍ଦ୍ର ଶୂରଦେଓ ଓ ସଂଗୀତ ପରିଚାଳନ କରିଛନ୍ତି ଅଞ୍ଜନ କୁମାର ।





