ଦଶପଲ୍ଲା, (ବାଘୁଆବାର୍ତ୍ତା): ବାଣିଗୋଛା ଥାନାର କୁଲୁରୁକୁମ୍ପା ପଞ୍ଚାୟତ ଅନ୍ତର୍ଗତ ତାକୁଡ଼ା ଗ୍ରାମରୁ ଫେବୃଆରୀ ୨୩ ତାରିଖରୁ ଅପହୃତା ଝିଅକୁ ଉଦ୍ଧାର କରିବା ପାଇଁ ମାଆ ବାଣୀଗୋଛା ଥାନାର ଦ୍ୱାରସ୍ଥ ହେବା ସହିତ ଝିଅର ଉଦ୍ଧାର ପାଇଁ ଆକୁଳ ନିବେଦନ କରିଥିଲେ | ବାଣୀଗୋଛା ପୋଲିସ ଘଟଣାର ତଦନ୍ତ ସହ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା | ଅପହୃତା ଝିଅ ସହ ଏକ ଯୁବକକୁ ଫୁଲବାଣୀ ଅଞ୍ଚଳର ଏକ ଭଡା ଘରୁ ପୋଲିସ ଉଦ୍ଧାର କରିଥିବା ଜଣା ପଡିଛି | ରବିବାର ସନ୍ଧ୍ୟା ୬ ଟା ସମୟରେ ଉଭୟଙ୍କର ଡାକ୍ତର ମାଇନା କରାଯାଇଛି l ଅନ୍ୟପକ୍ଷରେ ସୋମବାର ଦିନ କୋର୍ଟ ଚାଲାଣ କରାଯିବ ବୋଲି ଥାନାଧିକାରୀ ଲକ୍ଷ୍ମଣ ଦଣ୍ଡସେନା ପ୍ରକାଶ କରିଛନ୍ତି l





