ଖଣ୍ଡପଡ଼ା, (ବାଘୁଆବାର୍ତ୍ତା) : ଖଣ୍ଡପଡ଼ା ଥାନା ଅଂଚଳର ଜଣେ ଯୁବତୀଙ୍କୁ ସ୍ଥାନୀୟ ଅଚଂଳର ଜିପୁ ନାୟକ ଅସଦାଚରଣ କରିଥିବା ନେଇ ଯୁବତୀ ଜଣକ ଖଣ୍ଡପଡ଼ା ଥାନାରେ ସୋମବାର ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି । ଅଭିଯୋଗ ଆଧାରରେ ପୋଲିସ ଘଟଣାରେ ସଂପୃକ୍ତ ଯୁବକ ଓ ତାର ମା ଙ୍କ ନାମରେ ମାମଲା ରୁଜୁ କରିଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଯୁବତୀ ଜଣଙ୍କ ରବିବାର ସକାଳ ୧୦ଟା ସମୟରେ ନିକଟସ୍ଥ ନଦୀ ତଟରୁ ଗାଧୋଇ ଘରକୁ ଫେରୁଥିବା ବେଳେ ଗାଁ ଦାଣ୍ଡରୁ ଯୁବତୀଙ୍କୁ ଉକ୍ତ ଅସାମାଜିକ ଯୁବକ ଜଣକ ଜୋରଜବରଦସ୍ତ ନିଜ ଘରକୁ ଟାଣିନେଇ ଦୁଷ୍କର୍ମ ଉଦ୍ୟମ କରିଥିବା ଯୁବତୀ ଜଣଙ୍କ ଖଣ୍ଡପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି । ଫତେଗଡ଼ ଥାନାରେ ପୋଲିସ ଯୁବତୀଙ୍କର ବୟାନ ରେକର୍ଡ କରିବା ସହ ଡାକ୍ତରୀମାଇନା କରିଥିବା ଜଣାଯାଇଛି । ଘଟଣା ପରଠାରୁ ଅଭିଯୁକ୍ତ ଯୁବକ ଜଣକ ଫେରାର ହୋଇଯାଇଥିବା ପୋଲିସ ସୂଚନା ଦେଇଛି ।






