Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜୀଅନ୍ତା ଜଳିଗଲେ ମହିଳା

by ସଞ୍ଜୟ ସ୍ୱାଇଁ
March 15, 2024
in Crime, State
ଜୀଅନ୍ତା ଜଳିଗଲେ ମହିଳା
109
VIEWS
Share on FacebookShare on Twitter

ବାଲେଶ୍ୱର, (ବାଘୁଆବାର୍ତ୍ତା): ଘର ଭିତରେ ନିଆଁ ଲାଗି ହୁତୁହୁତୁ ହୋଇ ଜଳିଗଲେ ମହିଳା । ଗାଁ ଲୋକେ ରକ୍ଷା କରିବା ପୂର୍ବରୁ ଉଡ଼ିଗଲା ମହିଳାଙ୍କ ପ୍ରାଣବାୟୁ। ଏପରି ଏକ ଲୋମଟାଙ୍କୁରା ଘଟଣା ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ରସଲପୁର ଗାଁରେ ଅଘଟଣ । ମୃତା ମହିଳାଜଣକ ହେଲେ ୨୮ ବର୍ଷୀୟା ଅର୍ଚ୍ଚନା ବେହେରା । ଅର୍ଚ୍ଚନା ପ୍ରାୟ ୧୨ ବର୍ଷ ପୂର୍ବେ ରସଲପୁର ଗାଁର ଭାସ୍କର ବେହେରାଙ୍କୁ ବିବାହ କରିଥିଲେ। ଉଭୟଙ୍କର ଦୁଇ ପୁଅ ଅଛନ୍ତି। ଭାସ୍କର ବାହାରେ ରହି କାମ କରୁଥିବା ବେଳେ ମଝିରେ ଗାଁକୁ ଆସି ରହିଥାନ୍ତି। ଭାସ୍କର ନିଜ ପରିବାର ସହ ଗାଁରେ ରହୁଥିବା ବେଳେ ତାଙ୍କ ବାପାମା’ ଅନ୍ୟତ୍ର ରହୁଥିଲେ। ଆଜି ସକାଳେ ପିଲାମାନେ ସ୍କୁଲ ଚାଲିଯିବା ପରେ କୌଣସି କାରଣକୁ ନେଇ ଉଭୟ ପତିପତ୍ନୀଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ଏହାପରେ ହଠାତ୍‌ ଅର୍ଚ୍ଚନାଙ୍କ ଶରୀରରେ ନିଆଁ ଲାଗି ଯାଇଥିବା ବେଳେ ସେ ହୁତୁହୁତୁ ହୋଇ ଜଳୁଥିଲେ। ଅର୍ଚ୍ଚନାଙ୍କ ଚିତ୍କାର ଶୁଣି ପାଖପଡ଼ୋଶୀ ଦୌଡ଼ି ଆସିଥିଲେ ବି ନିଆଁକୁ ଲିଭାଇ ପାରି ନ ଥିଲେ। ସେମାନେ ସଙ୍ଗେସଙ୍ଗେ ଅଗ୍ନିଶମ ବିଭାଗକୁ କଲ୍‌ କରିଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ସେତେବେଳକୁ ଅର୍ଚ୍ଚନାଙ୍କ ମୃତ୍ୟୁ ହୋଇ ସାରିଥିଲା। ନିଆଁ ଏତେ ଜୋର ଜଳି ଥିଲା ଯେ, ଘରର ବହୁ ଆସବାବପତ୍ର ବି ଜଳି ଯାଇଛି। ଏହି ଘଟଣା ପରେ ଅର୍ଚ୍ଚନାଙ୍କ ସ୍ୱାମୀ ଭାସ୍କର ଫେରାର ହୋଇ ଯାଇଛନ୍ତି। ତାଙ୍କ ବାପ ଘର ଲୋକେ ଘଟଣାସ୍ଥଳରେ ପହଞ୍ଚି ନ ଥିବା ଜଣାଯାଇଛି। ଅର୍ଚ୍ଚନା ନିଜେ ନିଜ ଦେହରେ ନିଆଁ ଲଗାଇଦେଲେ ନା ଭାସ୍କର ନିଆଁ ଲଗାଇ ତାଙ୍କୁ ହତ୍ୟା କରିଛନ୍ତି ସେ ସମ୍ପର୍କରେ କିଛି ଜଣାପଡ଼ିନି । ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!