ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ନିର୍ଦ୍ଦେଶରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜି ଦ୍ୱିତୀୟ ଦିନରେ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଓଡ଼ଗାଁ ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ଜନସାଧାରଣଙ୍କ ଦ୍ୱାରା ରକ୍ତଦାନ ଶିବିର ଓଡ଼ଗାଁ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଜୀବନ ବିନ୍ଦୁ ଆନୁକୁଲ୍ୟରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ୪୧ ୟୁନିଟ ରକ୍ତ ସଂଗୃହିତ ହୋଇଥିବା ଜଣାଯାଇଛି । ଏହି ରକ୍ତଦାନ ଶିବିରକୁ ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ଗୁରୁପ୍ରସାଦ ଜେନା, ପୂର୍ବତନ ସମବାୟ ସଭାପତି ଲୋକନାଥ ସାହୁ ଏବଂ ଯୁବ, ଛାତ୍ର ବିଜେଡି ପକ୍ଷରୁ ଆୟୋଜନ କରାଯାଇଥିଲା ।






