ରଣପୁର, (ବାଘୁଆବାର୍ତ୍ତା) : ଦେଶରେ କରୋନା ମହାମାରୀ କାୟା ବିସ୍ତାର କରି ଚାଲିଥିବା ବେଳେ ଏହାର ମୁକାବିଲା ପାଇଁ ସରକାର ଯଥା ସମ୍ଭବ ଚେଷ୍ଟା ଜାରି ରଖିଛନ୍ତି । ଏହି ଅବସରରେ କରୋନା ମହାମାରୀ ମୁକାବିଲା ପାଇଁ ରଣପୁର ଶିକ୍ଷା ବ୍ଲକ ଶିକ୍ଷକମାନେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୨ ଲକ୍ଷ ୫୦ ହଜାର ୭ ହଜାର ଏକ ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଧାନଚନ୍ଦ୍ର ରାୟଙ୍କ ଜରିଆରେ ଏହି ସହାୟତା ରାଶି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଥିବା ଜଣାଯାଇଛି । ଏହି ସମୟରେ ନୟାଗଡ଼ ଉପଜିଲ୍ଲାପାଳ ଲଗ୍ନିଜିତ ରାଉତ, ରଣପୁର ବ୍ଲକ ଶିକ୍ଷା ଅଧିକାରୀ ଉପେନ୍ଦ୍ର ନାଥ ସାହୁ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଜ୍ୟୋତିରଂଜନ ଦାଶ, ପ୍ରାକ୍ତନ ସଭାପତି ପବିତ୍ର ପ୍ରଧାନ, ରଣପୁର ବ୍ଲକ ଶିକ୍ଷକ ସଂଘ ସଂପାଦକ ଜଗନ୍ନାଥ ଦାଶ, ପ୍ରଦୀପ ଖୁଣ୍ଟିଆ, ରମାକାନ୍ତ ସାହୁ, ସୁଶୀଲ କୁମାର ରଣା ପ୍ରମୂଖ ଉପସ୍ଥିତ ଥିଲେ ।






