ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳରେ ଦେଖାଯାଇଛି ଅଭାବନୀୟ ଘଟଣା । ପାରିବାରିକ କଳହ ଲାଗି ମା’କୁ ପୁଅ ମାରି ପୋଡି ଦେଇଥିବା ସନ୍ଦେହ କରାଯାଉଛି । ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ନାହାକପଡ଼ା ଗ୍ରାମରେ ଏଭଳି ଘଟଣା ଘଟିଥିବା ସୁଚନା ମିଳିଛି । ମୃତ ମହିଳା ଜଣକ ହେଲେ ମିନ ବେହେରା । ଦଶପଲ୍ଲା ପୁଲିସ ପକ୍ଷରୁ ପୁଅ ବଳିଆ ବେହେରାକୁ ଡାକି ପଚରା ଉଚୁରା କରୁଛି । ପାରିବାରି କଳହ ପାଇଁ ଗତ କାଲି ରାତିରେ ମା’କୁ ପୁଅ ବାଡେଇ ବାଡେଇ ହତ୍ୟା କରି ତରବରିଆ ଭାବେ ପୋଡି ଦେଇଥିବା ସନ୍ଦେହ କରାଯାଉଛି । ବଳିଆ ନିଜ ମା’କୁ ମାରି ନାହିଁ ବୋଲି ପୁଲିସ ଆଗରେ ପ୍ରକାଶ କରିଛି । ହୃଦଘାତରେ ମା’ର ମୃତ ହୋଇଥିବା ପୁଲିସକୁ କହିଛି । ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିଲେ ମଧ୍ୟ ପୁଲିସ ପକ୍ଷରୁ ବଳିଆକୁ ପଚରା ଉଚୁରା ଜାରି ରହିଛି ।





