Wednesday, June 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କାଲି ଏନଡିଏ ବୈଠକ, ଆଜି ରାତି ସୁଦ୍ଧା ଛିଣ୍ଡିପାରେ ମେଣ୍ଟ ଅଙ୍କ

by ସଞ୍ଜୟ ସ୍ୱାଇଁ
March 13, 2024
in Politics, State
କାଲି ଓଡ଼ିଶା ଆସିବେ ଅମିତ ଶାହ: ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ
118
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚା ଭିତରେ ସାମ୍ନାକୁ ଆସିଲା ବଡ ଖବର । ଆଜି ଛିଣ୍ଡି ପାରେ ମେଣ୍ଟ ଗଣିତ । ଆସନ ଭାଗବଣ୍ଟାକୁ ନେଇ ଲାଗି ରହିଥିବା ଅଛିଣ୍ଡା ଅଙ୍କ ଆଜି ଛିଣ୍ଡିବା ନେଇ ବଢିଲା ସମ୍ଭାବନା । କାରଣ ଦିଲ୍ଲୀ ସ୍ଥିତ ଅମିତ ଶାହାଙ୍କ ବାସଭବନରେ ବସିଛି ଜରୁରୀ ବୈଠକ । ବୈଠକରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବିଜୟପାଲ ସିଂ ତୋମାର ଉପସ୍ଥିତ ଅଛନ୍ତି । ତେଣୁ ବିଜେପି- ବିଜେଡି ମେଣ୍ଟ ନେଇ ଚୂଡାନ୍ତ ନିଷ୍ପତ୍ତି ଆଜି ହୋଇପାରେ । ଆସନ୍ତାକାଲି ଏନଡିଏ ବୈଠକ ଥିବାରୁ ଆଜି ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ମେଣ୍ଟ ନିଷ୍ପତ୍ତି ଆସିପାରେ ବୋଲି ସମ୍ଭାବନା ଘନେଇଲା । ତେବେ ମେଣ୍ଟ ନେଇ ଗତ ୭ ଦିନ ହେବ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ କୌଣସି ସ୍ପଷ୍ଟ ଚିତ୍ର ଆସିପାରୁନି । ନେତାଙ୍କ ପ୍ରତିକ୍ରିୟା ଏବଂ ଭିନ୍ନ ଭିନ୍ନ ମନ୍ତବ୍ୟ ରାଜନୀତିର ହଟ୍ ଟପିକ୍ ସାଜିଥିବା ବେଳେ ଗଣମାଧ୍ୟମର ହେଡଲାଇନରେ ନିଇତି ରହୁଛି ମେଣ୍ଟ କଥା । ଆଉ ଏହି ଚର୍ଚ୍ଚା, ଆଲୋଚନା, ଆଶଙ୍କା, ସମ୍ଭାବନା ଭିତରେ ଆଜି ମେଣ୍ଟ କଥା ଫାଇନାଲ ହେବା ନେଇ ଶାହାଙ୍କ ଘରେ ବସିଥିବା ବୈଠକ ଖୋରାକ୍ ଯୋଗାଇଛି । ଏବେ ଅପେକ୍ଷା ଦିଲ୍ଲୀର ନିଷ୍ପତ୍ତି ଉପରେ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!